ଟ୍ରକ୍ ପଛକୁ ଧକ୍କା ଦେଲା ସ୍କର୍ପିଓ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ନଳାଙ୍ଗ ସାଇ ମନ୍ଦିର ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରେ ଏକ ଟ୍ରକ୍ ପଛରେ ସ୍କର୍ପିଓଟିଏ ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍କର୍ପିଓ ଡ୍ରାଇଭର ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ତେବେ, ଏକ ଯାତ୍ରୀବାହୀ ସ୍କର୍ପିଓ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିଲା ବେଳେ ଏକ ଟ୍ରକ୍ କୁ ପଛପଟୁ କାରଟି ଧକ୍କା ଦେଇଥିଲା। କାର ଓ ଟ୍ରକ୍ ଧକ୍କା ହେବା ଫଳରେ ଘଟଣାସ୍ଥଳରେ କାରରେ ଥିବା ଦୁଇ ଜଣ ଯାତ୍ରୀଙ୍କ ମୃତୁ ଘଟିଥିବା ବେଳେ ୪ ଜଣ ଯାତ୍ରୀ ଗୁରୁତର ଭାବରେ ଆହତ ହୋଇଛନ୍ତି। ସୂଚନା ମୁତାବକ, ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ପଶ୍ଚିମବଙ୍ଗର ଏଇ ଯାତ୍ରୀମାନେ ପୁରୀ ଜଗନ୍ନାଥ ଦର୍ଶନରେ କରିବାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣାରେ ଶିକାର ହୋଇଛନ୍ତି। ମୃତ ମହିଳାଙ୍କ ନାମ ପମ୍ପା ପରିଡ଼ା ବୋଲି ପରିଚୟ ମିଳିଥିବା ବେଳେ ମୃତ ଡ୍ରାଇଭରଙ୍କର ପରିଚୟ ମିଳି ନାହିଁ। ଆହତମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.