ଅନାସ୍ଥା ପ୍ରସ୍ତାବର ଆଲୋଚନାର ଦ୍ୱିତୀୟ ଦିନ: କମ୍ପିବ ଲୋକସଭା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁର ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ଏହି ଅନାସ୍ଥା ପ୍ରସ୍ତାବ ଗତକାଲି ସଂସଦରେ ଅଲୋଚନା ହୋଇଥିଲା । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ ଆଜି ଦ୍ୱିତୀୟ ଦିନ ଆଲୋଚନା ଜାରି ରହିବ । ମଙ୍ଗଳବାର ଆଲୋଚନା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଦଳର ସାଂସଦ ଭାଷଣ ରଖିଥିଲେ । ବିରୋଧୀମାନେ ମୋଦୀ ସରକାରକୁ ମଣିପୁର ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି । ସେପଟେ ବିଜେପି ସାଂସଦ ମଧ୍ୟ ଏହାର ଜବାବ ରଖିଛନ୍ତି ।

ହେଲେ ଯେଉଁ ଦୁଇ ଜଣଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ଅଟକିଛି, ସେ ଦୁହେଁ ଏଯାଏ ନିଜ ଭାଷଣ ରଖି ନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ ସାରା ଦେଶର ନଜର ରହିଛି । ବିରୋଧୀଙ୍କ ପକ୍ଷରୁ କଂଗ୍ରେସ ‌ନେତା ରାହୁଲ ଗାନ୍ଧି ଲୋକସଭାରେ ମୁଖ୍ୟବକ୍ତା ହୋଇଥାନ୍ତେ । କିନ୍ତୁ ଶେଷ ମୁହୂର୍ତ୍ତରେ ଗୌରବ ଗୋଗୋଇ ଆଜି ଲୋକସଭାରେ ବିରୋଧୀଙ୍କ ପକ୍ଷରୁ ବିତର୍କ ଆରମ୍ଭ କରିଥିଲେ ଏବଂ ମଣିପୁର ହିଂସା‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ ।

Leave A Reply

Your email address will not be published.