ସରକାରୀସ୍ତରରେ ଅନେକ ଅବହେଳା ଯୋଗୁଁ ବହୁଳ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ସିକ୍ୟୁରିଟି ଏବଂ ମ୍ୟାନପାୱାର ଏଜେନ୍ସୀ, ସରକାରଙ୍କୁ ୯ ଦଫା ଦାବି ପ୍ରଦାନ କଲା ସଂଘ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବ୍ୟବସାୟିକ ପ୍ରତିଷ୍ଠାନ ହେଉ ଅବା ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇବାରେ ହଉ ବା ସରକାରୀ ସଂସ୍ଥା ମାନଙ୍କରେ ଦୈନନ୍ଦିନ କାମ ପାଇଁ ଆଡଲ୍ଟ ବେସିସରେ ସିକ୍ୟୁରିଟି ଏଜେନ୍ସୀଗୁଡ଼ିକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି । ଖାଲି ସୁରକ୍ଷା ନୁହେଁ ବରଂ ଲକ୍ଷ ଲକ୍ଷ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବିସୃଷ୍ଟି କରୁଛନ୍ତି । ତେବେ ସରକାରୀସ୍ତରରେ ଅନେକ ଅବହେଳା ଯୋଗୁଁ ସିକ୍ୟୁରିଟି ଏବଂ ମ୍ୟାନପାୱାର ଏଜେନ୍ସୀଗୁଡ଼ିକ ବହୁଳ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ମାନସ ଚୌଧୁରୀ ,ମହେଶ୍ଵର ମହାନ୍ତି,ମନୋଜ ପତ୍ର ଓ ପ୍ରଦିପ୍ତ ରଥ ଓ ମନୋରଞ୍ଜନ ସୁନ୍ଦରା ଉପସ୍ଥିତ ଥିଲେ ।

ସରକାରଙ୍କ ନିକଟରେ ୯ ଦଫା ଦାବି ଉପସ୍ଥାପନ କରିଛନ୍ତି ।
୧. ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସର୍ବନିମ୍ନ ମଜୁରୀ ବ୍ୟବସ୍ଥାର ଅନୁପାଳନ କରନ୍ତୁ
( କେତେକ ସରକାରୀ ସଂସ୍ଥା ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ଠାରୁ ବି କମ ମଜୁରୀ ଦେଉଛନ୍ତି । ଟେଣ୍ଡର ବି ମିନିମମ୍‌ ୱେଜଠାରୁ କମରେ ହେଉଛି । ତେଣୁ ସରକାର ସର୍ବନିମ୍ନ ମଜୁରୀ ନିୟମ ପାଳନ କରନ୍ତୁ । )
୨. ବିଲ ଦେବାର ୭ ଦିନ ମଧ୍ୟରେ ପେମେଂଟ ପ୍ରଦାନ କରାଯାଉ
( ଆମେ ଯେଉଁଦିନ ବିଲ ଦେଉଛୁ ତାହାର ୭ ଦିନ ମଧ୍ୟରେ ପେମେଂଟ ମିଳିବା ଦରକାର । ଅନେକ ସମୟରେ ସରକାରୀ ସଂସ୍ଥା ଠାରୁ ପେମେଂଟ ମିଳିବା ବେଳକୁ ତିନି ମାସ ହୋଇଯାଉଛି । ତେଣୁ ଯେଉଁମାନଙ୍କୁ ଆମେ କାମରେ ଲଗାଉଛୁ ସେମାନଙ୍କୁ ଠିକ ସମୟରେ ପେମେଂଟ ଦେବାରେ ସମସ୍ୟା ହେଉଛି )
୩. ବିଭାଗଗୁଡ଼ିକ ପ୍ରତି ମାସର ୨ ତାରିଖରେ ହିଁ ୱାର୍କ ସାର୍ଟିଫିକେଟ ପ୍ରଦାନ କରନ୍ତୁ
(ଯେଉଁ ଯେଉଁ ବିଭାଗରେ ଆମର ପିଲାମାନେ କାମ କରୁଛନ୍ତି, ସେମାନେ କେତେଦିନ କାମ କଲେ, କେତେଦିନ ଛୁଟି ନେଲେ ତାହାର ୱାର୍କ ସାର୍ଟିଫିକେଟ ତୁରନ୍ତ ଦେବା ଦରକାର । ଯାହାଫଳରେ ଆମେ ସେଇ ଅନୁସାରେ ବିଲ କରିପାରିବୁ । କିନ୍ତୁ କେତେକ ସଂସ୍ଥା ୱାର୍କ ସାର୍ଟିଫିକେଟ ଦେବାବେଳକୁ ଦୁଇମାସ ଲଗାଇ ଦେଉଛନ୍ତି । ଏମିତି ହେଲେ ଆମେ ଇପିଏଫ, ଇଏସଆଇ, ଜିଏସଟି କେମିତି ଦେବୁ ? ଆମେ ଯଦି ଇପିଏଫ, ଇଏସଆଇ ଆଉ ଜିଏସଟି ଠିକ ସମୟରେ ନଦେବୁ ଆମକୁ ପେନାଲଟି ଦେବାକୁ ପଡୁଛି )
୪. ସର୍ଭିସ ଚାର୍ଜ ସର୍ବନିମ୍ନ ୧୦% କରାଯାଉ
ଟେଣ୍ଡର ରେ ସର୍ଭିସ ଚାର୍ଜ କୌଣସି ନିର୍ଦ୍ଧାରିତ ପରସେଣ୍ଟଟେଜ( %) ଧାର୍ଯ୍ୟ ନଥିବାରୁ ବଡ ବଡ ବାହାର ସଂସ୍ଥା କେବଳ କାମ ପାଇବା ପାଇଁ 0% ପ୍ରୋଫିଟ ରେ ଟେଣ୍ଡର ଭରୁଛନ୍ତି ଓ ପରବର୍ତ୍ତୀ ସମୟରେ ପିଲାଙ୍କ ଦରମା ନଦେଇ, ଇପିଏଫ, ଇ ଏସ ଆଇ, ଜିଏସଟି ନ ଭରି ଓଡ଼ିଶା ଛାଡି ଚାଲିଯିବାର ମଧ୍ୟ ନଜର କୁ ଆସୁଛି, କିନ୍ତୁ ସେହି ପରିପ୍ରେକ୍ଷୀରେ ରେ ଓଡିଶା ର ଛୋଟ ଛୋଟ ସଂସ୍ଥା ମଧ୍ୟ 0% ସର୍ଭିସ ଚାର୍ଜ ରେ ଟେଣ୍ଡର ପକାଉଛନ୍ତି, କିନ୍ତୁ ଯେତେବେଳେ ସରକାରୀ ସଂସ୍ଥା ପେମେଣ୍ଟ ଦିଅନ୍ତି ସେଥିରୁ TDS 2% କାଟି ପେମେଣ୍ଟ ଦିଅନ୍ତି, ଯାହାଦ୍ୱାରା ଟେଣ୍ଡର ପାଇଥିବା ସଂସ୍ଥା କୁ କ୍ଷତି ସହିବାକୁ ପଡିଥାଏ,
ତେଣୁ ଆମେ ଦାବି କରୁଛୁ କି 10% ସର୍ଭିସ ଚାର୍ଜ କରାଯାଉ, ଯେଉଁଥିରେ କୌଣସି ସଂସ୍ଥା କୁ କ୍ଷତି ସହିବାକୁ ପଡ଼ିବନି |
୫. ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଆଧାରରେ ବର୍ଦ୍ଧିତ ମଜୁରୀ ପ୍ରଦାନ କରାଯାଉ
( ପ୍ରତି ଛଅ ମାସରେ ଥରେ ସରକାରୀ ମଜୁରୀ (VDA)ବଢୁଛି । ଏପଟେ ସରକାର ଆମକୁ କହୁଛନ୍ତି ସରକାରୀ ମଜୁରୀ ଆଧାରରେ ପେମେଂଟ କର । କିନ୍ତୁ ସେପଟେ ବର୍ଦ୍ଧିତ ଦରମା କୁ ସରକାରୀ ସଂସ୍ଥା ମାନିବାକୁ ରାଜି ନାହାଁନ୍ତି ଆମକୁ କହୁଛନ୍ତି ଟେଣ୍ଡର ରେଟ ଏହା ଅଛି । ତେଣୁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଆଧାରରେ ବର୍ଦ୍ଧିତ ମଜୁରୀ ଦେବା ଦରକାର ।)
୬. ଟର୍ଣ୍ଣ ଓଭର ମାନଦଣ୍ଡ ସିପିଡବ୍ଲ୍ୟୁଡ଼ି ଓ ଓପିଡବ୍ଲ୍ୟୁଡ଼ି ଗାଇଡ଼ଲାଇନ ଆଧାରରେ ହେଉ
(କିଛି ଯାଗାରେ ବାହାର କମ୍ପାନୀଙ୍କୁ କାମ ଦେବା ପାଇଁ ମନଇଚ୍ଛା ଟର୍ଣ୍ଣଓଭର ଫିକ୍ସ କରାଯାଉଛି । ଯେଉଁଥିରେ ଟେଣ୍ଡର ଭଲ୍ୟୁମ ର 1% EMD ଓ 5% ଟର୍ଣ୍ଣଓଭର ଥିବା ଦରକାର ସେ ଯାଗାରେ ସେମାନେ ଟର୍ଣ୍ଣଓଭର ୮୦/୯୦/୧୦୦ କୋଟି ମାଗୁଛନ୍ତି । ଫଳରେ ଓଡ଼ିଶାର କମ୍ପାନୀମାନେ ଟେଣ୍ଡର ପକାଇ ପାରୁନାହାନ୍ତି । ସିପିଡବ୍ଲ୍ୟୁଡ଼ି ଓ ଓପିଡବ୍ଲ୍ୟୁଡ଼ି ଆଧାରରେ କରାଯିବା ଦରକାର । )
୭. ଏସଏସଜି ଗ୍ରୁପ କୁ କାମ
ସରକାର ମହିଳା ସଶକ୍ତିକରଣ ନାମରେ ଏସଏସଜି ଗ୍ରୁପ କୁ ମଧ୍ୟ ମ୍ୟାନପାୱାର (ଠିକା ଶ୍ରମିକ ) ଯୋଗାଇ ଦେବା ପାଇଁ ସୁଯୋଗ ଦେଉଛନ୍ତି କିନ୍ତୁ ଏସଏସଜି ଗ୍ରୁପଗୁଡ଼ିକର ନା ଇପିଏଫ, ଇଏସଆଇ, ଜିଏସଟି, ପାନ କାଡର଼୍ ନମ୍ବ ଅଛି ସେମାନଙ୍କୁ କୋଉ ଆଧାର ରେ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣର ସୁଯୋଗ ଦିଆ ଯାଉଛି?ଏଥିରେ ସରକାର ମଧ୍ୟ ତାଙ୍କର ରାଜସ୍ବ ହାନି କରୁଛନ୍ତି
୮. ଇଫାଇଲିଂ
ଇବିଲିଂ ସିଷ୍ଟମ ସବୁସ୍ଥାନରେ ହେବା ଦରକାର । କାହିଁକିନା ସବୁଠିକୁ ବିଲ ପଠାଇବା ସୁବିଧାଜନକ ନୁହେଁ ।
୯. କୌଣସି ସରକାରୀ କର୍ମଚାରୀ କିମ୍ବା ରାଜନୈତିକ ଲୋକ ନିଜର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବାଧ୍ୟ ନକରନ୍ତୁ । ଯଦି ସେଭଳି ହୁଏ, ତେବେ ସେହି କର୍ମଚାରୀର କାର୍ଯ୍ୟଶୈଳୀ ବା କାର୍ଯ୍ୟଧାରା ପାଇଁ ଆମେ ଉତରଦାୟୀ ରହିବୁ ନାହିଁ ।
ଅଫିସର ଓ ପଲଟିକାଲ ଚାପରେ ପିଲାଙ୍କୁ ରଖିବାକୁ କୁହାଯାଉଛି । ସେମାନଙ୍କ ଦକ୍ଷତା ନାହିଁ, ପାଠଶାଠ ନାହିଁ । ଏଭଳି କ୍ଷେତ୍ରରେ ଆମେ ସମସ୍ୟାର ସମ୍ମୁଖୀନ ହେଉଛୁ ।

Leave A Reply

Your email address will not be published.