ଜି୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜି୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ପ୍ରସ୍ତୁତି ଜାରି ରହିଛି । ଏହାରି ଭିତରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବ୍ୟପକ ପ୍ରସ୍ତ୍ୁତି ଜାରି ରହିଛି । ସଦସ୍ୟ ଦେଶର ଶୀର୍ଷ ନେତାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବେ। ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ସୁରକ୍ଷା ସଂପର୍କରେ ଘନ ଘନ ବୈଠକ ହେଉଛି। ସେପ୍ଟେମ୍ବର ୯ ତାରିଖରେ ସମ୍ମିଳନୀ ଆରମ୍ଭ ହେଲେ ସୁଦ୍ଧା ଏହାର ୩ ଦିନ ପୂର୍ବରୁ ଅତିଥି ମାନେ ଆସି ପହଞ୍ଚିବେ। ଜି-୨୦ ପ୍ରତିନିଧିଙ୍କ ସୁରକ୍ଷା ପାଇଁ ୫୦ ଟିମ୍‌ ସିଆରପିଏଫ୍‌ ବାହିନୀ ମୁତୟନ ହେବେ।

ଜି-୨୦ ଅତିଥି ରହିବାକୁ ଥିବା ସମସ୍ତ ହୋଟେଲ୍‌ରେ ଏଚ୍‌ଆଇଟି (ହାଉସ ଇଣ୍ଟରଭେନସନ୍‌ ଟିମ୍‌ସ) ସ୍କ୍ବାଡ୍‌ ମୁତୟନ ହେବେ। ସମ୍ମିଳନୀ ସମୟରେ କୌଣସି ପ୍ରକାରର ପଣବନ୍ଦୀ ସଙ୍କଟକୁ ଏଡ଼ାଇବାପାଇଁ ଏଚ୍‌ଆଇଟି ସ୍କ୍ବାଡ୍‌ ମୁତୟନ ହେବେ। ଅତି ଜଟିଳ ସ୍ଥିତିରେ ସେମାନେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପଣବନ୍ଦୀ ସମସ୍ୟା ସୃଷ୍ଟି କରିଥିବା ଆତଙ୍କବାଦୀଙ୍କୁ ହତ୍ୟା କରିବେ।

Leave A Reply

Your email address will not be published.