ଦେଶୀମଦ ଜବତ; ଦୁଇ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦେଶୀମଦ ଜବତ, ଦୁଇ ଗିରଫ। ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ବିଭାଗ ତରଫରୁ ରେଓଦା ଗ୍ରାମରେ ଚଢ଼ାଉ କରି ଦେଶୀମଦ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୋର ଆଦର୍ଶ ଅବକାରୀ ଥାନା ଅଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ରେଓଦା ଗ୍ରାମରେ ଚଢ଼ାଉ କରି ସୁକାନ୍ତି ମହାପାତ୍ର ନିକଟରୁ ୯ ଲିଟର ଦେଶୀମଦ, ଭାଗବତ ବାରିକ ନିକଟରୁ ୧୦ ଲିଟର ଦେଶୀମଦ ଜବତ କରିବା ସହିତ ଉଭୟଙ୍କୁ ଗିରଫ କରିଥିଲେ।

ଅପରାହ୍ନରେ ସୋର ମେଡ଼ିକାଲରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ଏହି ଚଢ଼ାଉରେ ଏଏସଆଇ ମିନତୀ ଜେନା, କନେଷ୍ଟବଳ ଶଶୀକାନ୍ତ ସାହୁ, ରଜନୀକାନ୍ତ ସାହୁ ଏବଂ କାଜଲ ପ୍ରିୟଦର୍ଶିନୀ ସାମିଲ ହୋଇଥିଲେ।

Leave A Reply

Your email address will not be published.