ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ।  ୮୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଆଜି ଭୋର ୫ଟା ୨୩ ମିନିଟରେ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳ ୫ଟା ୨୩ ମିନିଟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ତାଙ୍କର ଦେହାନ୍ତ ନେଇ ପୁଅ ବିଧାୟକ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଦାମଙ୍କ ବ୍ରେନଡେଡ ହୋଇଥିବା ନେଇ ଗତକାଲି ପୁଅ ସୂଚନା ଦେଇଥିଲେ । ତାଙ୍କୁ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ହେଲେ ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଦାମଙ୍କ ପରଲୋକ ହୋଇଥିବା ଖବର ଆସିଛି । ବହୁଦିନ ଧରି ଦାମ ରାଉତ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଗତ ୧୮ ତାରିଖରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ତାଙ୍କର ହୃଦଘାତ ଆସିଥିଲା । ଏହାପରେ ତାଙ୍କୁ ସେଠାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସୂଚନା ଦେଇଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା ।

ଓଡ଼ିଶା ରାଜନୀତିର ଜଣେ ମହାଦ୍ରୁମ ଭାବେ ପରିଚିତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ୭ ଥର ବିଧାୟକ ଓ ବହୁ ବାର ମନ୍ତ୍ରୀ ହୋଇଥିବା ଦାମୋଦର ବିଜୁ ପଟ୍ଟନାୟକଙ୍କର ବି ଥିଲେ ଅତି ଘନିଷ୍ଠ ସହଯୋଗୀ। ୧୯୭୭ ମସିହାରେ ପ୍ରଥମ ଥର ପାଇଁ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତାଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ୧୯୮୦ରେ ଜନତା ଦଳ ସେକୁଲାରରୁ ଜିତି ଦ୍ୱତୀୟ ଥର ପାଇଁ ବିଧାନସଭା ଆସିଥିଲେ। ଯଦିଓ ୧୯୯୫ ମସିହାରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା, ହେଲେ ୨ ହଜାରରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ଲଗାତର ନିର୍ବାଚିତ ହୋଇ ଆସିଥିଲେ । ୫ଥର ଏରସମା ଓ ୨ଥର ପାରାଦ୍ୱୀପରୁ ଲଢି ବି ଜିତିଥିଲେ ଦାମ |

Leave A Reply

Your email address will not be published.