ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର । ସମ୍ବଲପୁର ରେଢ଼ାଖୋଲ ବେଲଡିହି ନିକଟରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୫ ନମ୍ବର ଜାତୀୟ ରାଜପଥରରେ ତାଙ୍କ ଗାଡ଼ିକୁ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଛି। ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ଗତକାଲି (ଗୁରୁବାର) ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପ୍ରସନ୍ନଙ୍କ ସହ ତାଙ୍କର ପିଏସଓ ଗୁରୁତର ଆହତ ହୋଇଛନ୍ତି ।

ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ୱରରୁ ବରଗଡ଼ ଫେରିବା ବାଟରେ ରାତି ପ୍ରାୟ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଲୁହାପଙ୍କ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା ପ୍ରସନ୍ନଙ୍କ କାର୍ । ଏଥିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଗାଡିରେ ଥିବା ତାଙ୍କର ପିଏସଓ ଗୁରୁତର ଆହତ ହୋଇଥିଲେ । ତାଙ୍କ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି ।

ପ୍ରସନ୍ନ ଓ ତାଙ୍କର ପିଏସଓଙ୍କୁ ଉଦ୍ଧାର କରି ପ୍ରଥମେ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣାରେ ପ୍ରସନ୍ନଙ୍କ ମୁଣ୍ଡ, ଆଖି ଏବଂ କାନରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି l ଓଟି ପରେ ବର୍ତ୍ତମାନ ତାଙ୍କୁ ଆଇସିୟୁରେ ରଖାଯାଇଛି l ସକାଳ ୧୦ଟାରେ ପ୍ରସନ୍ନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବ l ଦୁର୍ଘଟଣାରେ ପ୍ରସନ୍ନଙ୍କ ପିଏସଓଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି l

Leave A Reply

Your email address will not be published.