ଆସୁଛନ୍ତି ବରିଷ୍ଠ ବିଜେପି ନେତା ଶ୍ରୀ ଶିବରାଜ ସିଂ ଚୈାହାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୨୦୨୪ ଲଢେଇ ପାଇଁ ରାଜ୍ୟ ବିଜେପିର ସମର ସଜ୍ଜା।  ଆସୁଛନ୍ତି ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୈାହାନ । ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ସେ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ । ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ଜଗତସିଂହପୁର ଗସ୍ତ କରିବେ ।

ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବା ପରେ ଶ୍ରୀ ଚୈାହାନ ପ୍ରସିଦ୍ଧ ମା ଶାରଳା ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବେ । ଏହା ପରେ ସେ ସଂଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଆୟୋଜିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ ।ସନ୍ଧ୍ୟାରେ କଟକ ସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମଳିନୀରେ ଯୋଗଦେବେ।

ଏବଂ କଟକର ଅଧିଷ୍ଟାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ କେବଳ ଶିବରାଜ ସିଂ ଚୌହାନ୍ ନୁହଁନ୍ତି , ମଙ୍ଗଳବାରଠୁ ଓଡିଶା ମୁହାଁ ହେଉଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ। ଆସନ୍ତା ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓଡିଶା ଆସୁଥିବାବେଳେ ୨୨ ତାରିଖରେ ରାଜନାଥ ସିଂ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଚୌହାନଙ୍କ ଜଗତସିଂହପୁର ଗସ୍ତକୁ ନେଇ ଜିଲା ବିଜେପି ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.