ଆମେରିକାର ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ଼: ୨ ଲକ୍ଷ ଲୋକ ପ୍ରଭାବିତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୟଙ୍କର ସାମୁଦ୍ରିକ ଝଡ଼ରେ ଅସ୍ତବ୍ୟସ୍ତ ଆମେରିକା । ଆମେରିକାର ଫ୍ଲୋରିଡାରେ ଆଜି ଭୟଙ୍କର ସାମୁଦ୍ରିକ ଝଡ଼ ଲୋକଙ୍କ ପାଇଁ ବିପର୍ୟ୍ୟୟ ଆଣିଛି। ଇଡାଲିଆ ନାମକ ଏହି ହରିକେନ କ୍ୟାଟେଗୋରି-୩ ବର୍ଗରେ ଆସି ସ୍ଥଳଭାଗ ଛୁଇଁଥିଲା। ଏଥିଯୋଗୁ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ଝଡ଼ ଯୋଗୁ ପ୍ରାୟ ୨ ଲକ୍ଷ ଲୋକଙ୍କ ବିଜୁଳି ସେବା ବିଚ୍ଛିନ୍ନ ହୋଇଯାଇଛି। ଉପକୂଳ ସହରଗୁଡ଼ିକରେ ଅନେକ ଘରେ ପାଣି ପଶିଯାଇଛି। ଗଛ ଉପୁଡ଼ି ପଡ଼ିଛି। ତେବେ ପରବର୍ତ୍ତୀ ପର୍ୟ୍ୟାୟରେ ସାମୁଦ୍ରିକ ଝଡ଼ ଦୁର୍ବଳ ହୋଇ କ୍ୟାଟେ‌ଗୋରି ୧ରେ ପରିଣତ ହୋଇଛି।

ଝଡ଼ ଯୋଗୁ ବୁଧବାର ଆମେରିକାରେ ଏୟାରଲାଇନ୍ସଗୁଡ଼ିକ ୮୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରିଛନ୍ତି। ଏଥିସହିତ ୭୯୫ଟି ବିମାନର ଉଡ଼ାଣ ବିଳମ୍ବ ହୋଇଛି। ତାମ୍ପା, କ୍ଲିୟରୱାଟର ଏବଂ ଟଲାହାସି ବିମାନ ବନ୍ଦର ବନ୍ଦ ରହିଛି। ରାସ୍ତାଗୁଡ଼ିକ ପାଣିରେ ବୁଡ଼ିଯାଇଛି।

Leave A Reply

Your email address will not be published.