ଏସିଆ କପ୍: ନେପାଳକୁ ହରାଇ ବିଜୟ ହାସଲ କଲା ପାକିସ୍ତାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏସିଆ କପ୍ ୨୦୨୩ର ପ୍ରଥମ ମ୍ୟାଚରେ ବଡ଼ ବିଜୟ ହାସଲ କରିଛି ପାକିସ୍ତାନ । ପ୍ରଥମ ମ୍ୟାଚରେ ବାବର ଆଜମଙ୍କ ଦଳ ୨୩୮ ରନରେ ନେପାଳକୁ ହରାଇଛି । ଘରୋଇ ମାଟିରେ ଖେଳୁଥିବା ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ କରିଥିଲା ୩୪୨ ରନ୍ । ଜବାବରେ ମାତ୍ର ୧୦୪ ରନରେ ଅଲଆଉଟ ହୋଇଥିଲା ନେପାଳ । ପାକିସ୍ତାନ ଏକ ସମୟରେ ୧୨୪ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ।

ଏହି ସମୟରେ ଅଧିନାୟକ ବାବର ଓ ଇଫତିକାର ଅହମ୍ମଦ ଶତକ ମାରିବା ସହ ଦଳକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ । ବାବର ୧୩୧ ବଲରେ କରିଥିଲେ ୧୫୧ ରନ୍ । ସେହିପରି ମାତ୍ର ୭୧ ବଲରେ ୧୦୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ଇଫତିକାର । ବୋଲିଂରେ ପାକିସ୍ତାନ ପାଇଁ ସର୍ବାଧିକ ସଫଳତା ପାଇଥିଲେ ଶାଦାବ ଖାନ୍ । ଶାଦାବ ୪ଟି ୱିକେଟ୍ ନେଇଥିଲା ବେଳେ ଶାହୀନ ଆଫ୍ରିଦି ଓ ହାରିସ ରୌଫ୍ ୨ଟି ଲେଖାଏ ୱିକେଟ୍ ପାଇଥିଲେ ।

Leave A Reply

Your email address will not be published.