ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଶକ୍ତିକାନ୍ତ ଦାସ। ଚାରି ଦିନିଆ ଓଡିଶା ଗସ୍ତ ଅବସରରେ ଆଜି ସେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇ ଖୁବ୍ ଭାବିବିହ୍ଵଳ ହୋଇଛନ୍ତି ।
ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ତରଫରୁ ତାଙ୍କୁ ସିଂହଦ୍ୱାର ଠାରେ ଖଣ୍ଡୁଆ ଦେଇ ସ୍ବାଗତ କରାଯାଇଥିଲା। ପ୍ରାୟ ଅଧଘଣ୍ଟା ଶ୍ରୀମନ୍ଦିରରେ ବିତେଇବା ସହ ବିମଳା, ଲକ୍ଷ୍ମୀ ଓ ପାର୍ଶ୍ଵ ଦେବାଦେବୀଙ୍କୁ ସେ ଦର୍ଶନ କରିଥିଲେ। ୨୦୨୧ରେ ପ୍ରଥମ ଓଡ଼ିଆ ଭାବରେ ଆର୍ ବି ଆଇ ଦାୟିତ୍ଵ ନେବାପରେ ସେ ଦର୍ଶନ ପାଇଁ ଆସିଥିଲେ।
ମହାପ୍ରଭୁଙ୍କ ପାଖରେ ରାଜ୍ୟ ତଥା ଦେଶର ମଙ୍ଗଳ କାମନା କରିଛି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। ମନ ଓ ମସ୍ତିସ୍କରେ ସବୁବେଳେ ମହାପ୍ରଭୁ ରହିଛନ୍ତି ଓ ତାଙ୍କୁ ପ୍ରତ୍ୟେକ ଦିନ ସକାଳେ ସଞ୍ଜବେଳେ ପ୍ରାର୍ଥନା କରିଥାଏ ବୋଲି ସେ ଖୁବ୍ ଭାବବିହ୍ୱଳ ହୋଇ କହିଛନ୍ତି ଶକ୍ତିକାନ୍ତ ଦାସ।