ମଧ୍ୟପ୍ରଦେଶରେ ଏଣ୍ଟ୍ରି ମାରିବେ ଶିବକୁମାର, କମଲନାଥଙ୍କ ସହ ମିଶି କରିବେ ରଣନୀତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମଧ୍ୟପ୍ରଦେଶରେ ଏଣ୍ଟ୍ରି ମାରିବେ କର୍ଣ୍ଣାଟକରେ କଂଗ୍ରେସର ବିଜୟର ମୁଖ୍ୟ ସୂତ୍ରଧର ଡି.କେ  ଶିବକୁମାରଙ୍କ। କମଲନାଥଙ୍କ ସହ ମିଶି କରିବେ ରଣନୀତି । ଚର୍ଚ୍ଚା ମୁତାବକ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ସହଯୋଗ କରିବାକୁ ଡି.କେ ଶିବକୁମାରଙ୍କୁ ପଠାଯିବ । ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଡି.କେ ଶିବକୁମାର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହ ମିଶି ରଣନୀତି ପ୍ରସ୍ତୁତ କରିବେ । ବାସ୍ତବରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ମେ ୨୪ରେ ଦିଲ୍ଲୀରେ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ମଧ୍ୟପ୍ରଦେଶକୁ କେଉଁ ନେତାଙ୍କୁ ପଠାଯିବ ତାହା ସ୍ଥିର କରାଯିବ । କିନ୍ତୁ ଚର୍ଚ୍ଚା ଜୋର ଧରିଛି ଯେ ମଧ୍ୟପ୍ରଦେଶକୁ ଶିବକୁମାରଙ୍କୁ ହିଁ ପଠାଯିବ । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅଧ୍ୟକ୍ଷତା କରିବାକୁ ଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚରୀ, ରାଜ୍ୟସଭା ସାଂସଦ ଦିଗବିଜୟ ସିଂଙ୍କ ସମେତ ବହୁ ନେତା ଉପସ୍ଥିତ ରହିବେ ।

ସେହିପରି ମଧ୍ୟପ୍ରଦେଶ ବିଧାନସଭା ନିର୍ଵାଚନ ପାଇଁ ସମୀକ୍ଷା ସହ କର୍ମୀଙ୍କୁ ବଳ ଦେବା ପାଇଁ ଜୁନ୍ ୧୨ରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ମଧ୍ୟପ୍ରଦେଶ ଆସୁଛନ୍ତି। ପ୍ରିୟଙ୍କା ଗାନ୍ଧୀ ଜୁନ୍ ୧୨ରେ ଜବଲପୁର ଗସ୍ତରେ ଆସି ସେଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ଜବଲପୁରରେ ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ୍ ସୋ ଆୟୋଜିତ ହେବ। ବାସ୍ତବରେ ଆଉ ୬ ମାସ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଉ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବେ ଆରମ୍ଭ କରିଦେଇଛି ପ୍ରସ୍ତୁତି ।

Leave A Reply

Your email address will not be published.