ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ମମତାଙ୍କ ଉପରେ ବର୍ଷିଲେ ଶୁଭେନ୍ଦୁ ଅଧିକାରୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗ ଉପରେ କଡ଼ା ଯବାବ ଦେଇଛନ୍ତି ବିଜେପି ନେତା ତଥା ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ । ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁତୁରାଙ୍କୁ ଗିରଫ କରାଯାଇପାରେ । ଏହାର ଯବାବରେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଜେଲ ଯିବାକୁ ପଡିବ ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି।
ସେ କହିଛନ୍ତି, “ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଜେଲ ଯିବାକୁ ପଡିବ, ଏହା ଆମର ଦାବି। ତାଙ୍କର (ଅଭିଷେକ ବାନାର୍ଜୀ) ନାମ କୋଇଲା ଘୋଟାଲା, ଗୋ-ଚୋରା ଚାଲାଣ ଏବଂ ନିଯୁକ୍ତି ସ୍କାମରେ ଜଡିତ। ବାସ୍ତବରେ ସୋମବାର (ଅଗଷ୍ଟ ୨୮) ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପୁତୁରାଙ୍କ ଗିରଫଦାରୀକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ ସୋମବାର ଦିନ ମମତା ବାନାର୍ଜୀ କହିଛନ୍ତି ଯେ ତାଙ୍କୁ ଏକ ବାର୍ତ୍ତା ମିଳିଛି ଯେଉଁଥିରେ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଏବଂ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଗିରଫ କରାଯାଇପାରିବ ବୋଲି ସୂଚନା ରହିଛି।