ଓଡ଼ିଆ ନ୍ୟୁଜ୍: ଶିମିଳିପାଳରୁ ଆସିଲା ଖୁସି ଖବର; ମା’ ହେଲା ବାଘୁଣୀ ‘ଜିନ୍ନତ’। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସୂଚନା। ବାଘୁଣୀ ଜିନ୍ନତ ୪ଟି ଛୁଆ ଜନ୍ମ କରିଥିବା କ୍ୟାମେରାରେ ଟ୍ରାପ୍ ହୋଇଛି’।ଗତ ମେ’ ୨୮ରେ ଟ୍ରାପ୍ କରାଯାଇଛି; ଛୁଆଗୁଡ଼ିକ ୨୦ ଦିନର। ୨୦୨୪ ନଭେମ୍ବରରେ ମହାରାଷ୍ଟ୍ରରୁ ‘ଜିନ୍ନତ’କୁ ଶିମିଳିପାଳ ଅଣାଯାଇଥିଲା।୩ସପ୍ତାହ ତଳେ ସେ ୪ ଟି ଛୁଆକୁ ଜନ୍ମ ଦେଇଛି, ଯାହା ବନ୍ୟଜୀବ ପ୍ରେମୀ ଓ ବନ ବିଭାଗ ପାଇଁ ଏକ ବଡ଼ ସଫଳତା ଭାବେ ଗଣାଯାଉଛି । ବନବିଭାଗ ପକ୍ଷରୁ ସବିଶେଷ ବିବରଣୀ ପିସିସିଏଫ ୫ତାରିଖରେ ସୂଚନା ଦେବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି ।
ସୂଚନା ଅନୁସାରେ, ବାଘୁଣୀ ଜିନ୍ନତକୁ ୨୦୨୪ ନଭେମ୍ବର ମାସରେ ମହାରାଷ୍ଟ୍ରର ତଡ଼ବା–ଅନ୍ଧାରି ଅଭୟାରଣ୍ୟରୁ ଆଣି ଶିମିଳିପାଳରେ ଛଡ଼ାଯାଇଥିଲା । ସେବେଠାରୁ ତାଙ୍କ ଗତିବିଧି ଉପରେ ବନ ବିଭାଗ ନିରନ୍ତର ନଜର ରଖୁଥିଲା । ଏବେ ସେ ସଫଳତାର ସହିତ ମା’ ହେବା ପରେ ଶିମିଳିପାଳର ବାଘ ସଂରକ୍ଷଣ ଯୋଜନାକୁ ନୂଆ ଆଶା ମିଳିଛି । ବନ ବିଭାଗ ଅଧିକାରୀମାନେ ଏହି ଘଟଣାକୁ ଏକ ଐତିହାସିକ ସଫଳତା ଭାବେ ଦେଖୁଛନ୍ତି । ଜିନ୍ନତ ଏବଂ ତାଙ୍କ ୪ଶାବକଙ୍କ ସୁରକ୍ଷା ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି ।