ଆଜିଠୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ, ନିୟମ ନମାନିଲେ ୭ ବର୍ଷ ଜେଲ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଆଜିଠୁ ସାରା ଦେଶରେ ଆଜିଠୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ । ପ୍ଲାଷ୍ଟିକ ପତାକା, ଷ୍ଟ୍ର, କପ୍, ପ୍ଲେଟ ସମେତ ୧୯ଟି ସାମଗ୍ରୀ ଉପରେ ଲାଗିଲା କଟକଣା । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏଭଳି କଡା ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ନିୟମ ନମାନି ତିଆରି କିମ୍ବା ବିକ୍ରି କଲେ ୭ ବର୍ଷ ଜେଲ ଦଣ୍ଡ ସହ ଏକ ଲକ୍ଷ ଟଙ୍କାର ତଣ୍ଡ ଦେବାକୁ ପଡ଼ିବ । ଏକକ ବ୍ୟବହାରଯୋଗ୍ୟ ପଲିଥିନ୍ ଉତ୍ପାଦନ, ଆମଦାନି, ମହଜୁଦ, ବିକ୍ରି, ବଣ୍ଟନ ଓ ବ୍ୟବହାର ନିଷିଦ୍ଧ କରାଯାଇଛି ।

ନିଷିଦ୍ଧ ପ୍ଲାଷ୍ଟିକ୍ ତାଲିକାରେ ରହିଛି ପ୍ଲାଷ୍ଟିକ୍ ଚାମଚ, ବେଲୁନ୍ ପାଇଁ ବ୍ୟବହାର ହେଉଥିବା ଷ୍ଟିକ୍, ଆଇସ୍କ୍ରିମ୍ ଷ୍ଟିକ୍, ପ୍ଲାଷ୍ଟିକ୍ ଛୁରି, ମିଠା ପ୍ୟାକ୍ କରିବାକୁ ବ୍ୟବହାର ହେଉଥିବା ପଲିଥିନ୍, ଥର୍ମକୁଲ୍, ସିଗାରେଟ୍ ପ୍ୟାକେଟ୍, ପିଭିସି ପାଇପ୍, ପ୍ଲାଷ୍ଟିକ୍ ଗ୍ଲାସ୍ ଓ କପ୍, ଡେକୋରେସନ ପାଇଁ ବ୍ୟବହୃତ ରଙ୍ଗବେରଙ୍ଗ ପଲିଥିନ୍, ଷ୍ଟ୍ର, ଟ୍ରେ, ପ୍ଲେଟ୍ ପ୍ରଭୃତି ରହିଛି । ଏ ସବୁ ବ୍ୟବହାର ଉପରେ କାର‌୍ୟ୍ୟାନୁଷ୍ଠାନ ହେବ । ସେଣ୍ଟ୍ରାଲ ଟିମ୍ସହ ଜୋନ୍ଗୁଡ଼ିକ ମଧ୍ୟ ଟିମ୍ କରି ଚଢ଼ଉ କରିବେ । ମାସକୁ ଏକ ଟାର୍ଗେଟ୍ ଧାର‌୍ୟ୍ୟ ହେବ। ପ୍ରତିଟି ଅଞ୍ଚଳକୁ ଟାର୍ଗେଟ୍ କରାଯାଇ ଏନ୍ଫୋର୍ସମେଣ୍ଟ ହେବ ।

Leave A Reply

Your email address will not be published.