ଟିକେଟ ନମିଳିଲେ ବିଜେଡି ଛାଡ଼ିବେ ସିପ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡିର ବରିଷ୍ଠ ନାରୀନେତ୍ରୀ ତଥା କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଡ଼ ସିପ୍ରା ମଲ୍ଲିକ ଓ ତାଙ୍କ ମହିଳା ସମର୍ଥକ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି | କେନ୍ଦ୍ରାପଡ଼ା ବିଧାନସଭା ସିଟ ବିଜେଡି ଘୋଷଣା କରିନଥିବା ବେଳେ କେନ୍ଦ୍ରାପଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେଇଛି |

ଶନିବାର ସନ୍ଧ୍ୟାରେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଓ ତାଙ୍କ ସମର୍ଥକ ମାନେ କେନ୍ଦ୍ରାପଡ଼ା ବ୍ଲକ ଭରତପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଥିବା ପାର୍କରେ ସିପ୍ରାଙ୍କ ସପକ୍ଷରେ ପ୍ରତିବାଦ କରିଛନ୍ତି | 2019ମସିହାରେ ସିପ୍ରା ଙ୍କ ଟିକେଟ କଟାଯାଇ ଶଶୀଭୁଷଣ ଙ୍କୁ ଦିଆ ଯାଇଥିଲା | ନବୀନ ବାବୁ 2024ରେ ସିପ୍ରାଙ୍କୁ ଟିକେଟ ଦେବେ ବୋଲି ପ୍ରତିଶୃତି ଦେଇଥିଲେ |

କିନ୍ତୁ ନବୀନ ବାବୁ ପ୍ରତିଶୃତି ରଖିଲେନି | ଅନ୍ୟ ପକ୍ଷରେ ବିଜେଡି ସରକାର ମହିଳାଙ୍କ ଉଦ୍ୟସ୍ୟ 33%ସିଟ ରହିଛି ତେବେ କେନ୍ଦ୍ରାପଡ଼ାରେ କେଉଁ ମହିଳାଙ୍କୁ ନିର୍ବାଚନ ଲଢାଇବେ ବୋଲି ପ୍ରଶ୍ନ କରିଛନ୍ତି ସିପ୍ରାଙ୍କ ସମର୍ଥକ | ଯଦି ଟିକେଟ ନମିଳେ ସିପ୍ରା ବିଜେଡି ଛାଡ଼ିବେ ବୋଲି ସମର୍ଥକ ମାନେ ବିଜେଡି ସୁପ୍ରିମୋଙ୍କୁ ଚେତାବନୀ ଦେଇଛନ୍ତି  |

Leave A Reply

Your email address will not be published.