ଜନତାଙ୍କ ମୁହଁରେ କିଏ ଫୁଟାଇବ ହସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ 72 ପଞ୍ଚାୟତକୁ ନେଇ ବିଜେପି ଟିକେଟ୍‌ ପାଇବା ପାଇଁ ଦୁଇ ଜଣ ଆଶାଇ ଥିବା ବିଜୟ ଦଳ ବେହେରା ଏବଂ ସମ୍ବିତ ତ୍ରିପାଠୀଙ୍କ ଭିତରେ ଜୋରଦାର ଅଙ୍କ କଷା ଆରମ୍ଭ ହୋଇଗଲାଣି | ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାରେ ବିଳମ୍ବକୁ ନେଇ ନିଜେ ଆଶାୟୀ ପ୍ରାର୍ଥୀ ଏବଂ ସାଧାରଣ କର୍ମୀ ଓ ଭୋଟର ମଧ୍ୟରେ ଦ୍ବନ୍ଦ ରହୁଥିବା ଲକ୍ଷ୍ୟ କରାଯାଉଛି |

ଗତ 30 ବର୍ଷ ଧରି ବଡମ୍ବା ନରସିଂହପୁର ରେ ବିଜେଡି ମଙ୍ଗୁଆଳ ସାଜିଥିବା ଆଶାୟୀ ବିଧାୟକ ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର କିଛିଦିନ ହେବ ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ସମସ୍ତ ପଞ୍ଚାୟତର ଛାମୁଆଁ କର୍ମୀ ଓ ସଂଗଠକମାନଙ୍କୁ ନେଇ ସମାବେଶ ସମ୍ମିଳନୀ ଆରମ୍ଭ ହୋଇଗଲାଣି ବୋଲି ବାହାରେ ଶୁଣିବାକୁ ମିଳୁଛି | ବଡମ୍ବା ନରସିଂହପୁର ରେ ବିଜେପି ପତିଆରା ବଢ଼ୁଥିବା ଆଧାରରେ ସାଂପ୍ରତିକ ରାଜ୍ୟ ରାଜନୀତିର ଅନ୍ୟତମ ଶ୍ରୀଯୁକ୍ତ ବିଜୟ ଦଳ ବେହେରା ଯଥେଷ୍ଟ ସ୍ନେହଶ୍ରଦ୍ଧା ଓ ଆଶୀର୍ବାଦ ରହିଆସିଥିବାର ବହୁ ଦୃଷ୍ଟାନ୍ତ ରହିଛି। ସାଧାରଣ ସଭା ସମିତି ଏବଂ ସାମାଜିକ ଓ ପାରିବାରିକ ଉତ୍ସବରେ ବିଜୟ ଦଳ ବେହେରା ଙ୍କର ସମ୍ମାନ ଓ ସୌଜନ୍ୟତା ଅଧୁନା ଉଦାହରଣୀୟ ବୋଲି ସାଧାରଣରେ ଚର୍ଚ୍ଚା ବେଶ ଜୋର ଧରିଛି |

ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର ଙ୍କୁ ବିଜୟ ଦଳ ବେହେରା କଡା ଟକ୍କର ଦେବେ ବୋଲି ଆଲୋଚନା ହେଉଛି । ସମ୍ବିଦ ତ୍ରିପାଠୀ ଅଳ୍ପ ଦିନ ହେଲା ଭୋଟର ଙ୍କ ପାଖରେ ପହଂଚି ଥିଲେ ବି କୌଣସି ବିଜେଡି ବିରୁଦ୍ଧରେ ପଦୁଟିଏ ହେଲେ ବି ଦେଖିବାକୁ ମିଳିନି ।ଏମିତିରେ ବଡମ୍ବା ନରସିଂହପୁର ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ଚୟନ ଏବଂ ନିର୍ବାଚନ ପ୍ରଚାର ଓ ପରିଚାଳନା କ୍ଷେତ୍ରରେ ରାଜ୍ୟ ବିଜେପି କର୍ମୀ ମାନଙ୍କ ଆଗାମୀ ଆଭିମୁଖ୍ୟକୁ ନେଇ ବିଭିନ୍ନ ଖଟି ଓ ଚା’ଦୋକାନରେ ଭିନ୍ନଭିନ୍ନ ମତ ପ୍ରକାଶ ପାଉଛି। ବିଜେପି ପ୍ରାର୍ଥୀ ଚୟନରେ ଯେତିକି ବିଳମ୍ବ ହେଉଛି ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଛାତି ରେ ଛନକା ପଶିବାର ଭୟ ଦେଖା ଯାଉଛି |

Leave A Reply

Your email address will not be published.