ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଖୋଲିସା ହୀରାକୁଦ ଜଳଭଣ୍ଡାରର ଆଉ ୬ ଗେଟ୍

0

ଓଡ଼ିଆ ନ୍ୟୁଜ୍: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଖୋଲିସା ହୀରାକୁଦ ଜଳଭଣ୍ଡାରର ଆଉ ୬ ଗେଟ୍। ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ ୬ଟି ଗେଟ୍ ଖୋଲାଯାଇଛି।

ପୂର୍ବରୁ ୪ଟି ଗେଟ୍ ଖୋଲାଯାଇଥିଲା। ମୋଟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ବାମପାର୍ଶ୍ବର ୫ଟି ଓ ଦକ୍ଷିଣ ପାର୍ଶ୍ବର ୫ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ ହେଉଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ୬୧୩ ଫୁଟ ରହିଛି।ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ୧, ୫୫, ୯ ୪୦ କ୍ୟୁସେକ ପାଣି ପ୍ରବେଶ କରୁଛି। ସମାନ ପରିମାଣର ନିଷ୍କାସନ ହେଉଛି।

Leave A Reply

Your email address will not be published.