ସାମାଜିକ ସୁରକ୍ଷା ହିତାଧିକାରୀ ପାଇବେ ତିନିଶହ ଟଙ୍କା ଶୀତକାଳୀନ ସହାୟତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାମାଜିକ ସୁରକ୍ଷା ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ଶୀତକାଳୀନ ସହାୟତା ପ୍ରଦାନ କରିବେ । ପ୍ରତ୍ୟେକ ହିତାଧିକାରୀଙ୍କୁ ସେ ବାବଦରେ ଏକକାଳୀନ ତିନିଶହ ଟଙ୍କା ପ୍ରଦାନ କରାଯିବ । ଡିସେମ୍ବର ମାସରେ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ଏହି ଅର୍ଥ ଜମା କରାଯିବ । ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୪୮ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ଏହି ଶୀତକାଳୀନ ସହାୟତା ପାଇବେ ।

ରାଜ୍ୟ ସରକାର ସହାୟତା ବାବଦରେ ପ୍ରାୟ ୧୪ କୋଟି ୬୨ ଲକ୍ଷ ଟଙ୍କା ମଂଜୁର କରିଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୂତ୍ରରୁ ପ୍ରକାଶ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ହିତାଧିକାରୀମାନଙ୍କୁ ପ୍ରତ୍ୟେକ ୧୦୦ ଟଙ୍କା କରି ଗ୍ରୀଷ୍ମକାଳୀନ ସହାୟତା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.