NHRCରେ ହାଜର ହେଲେ ସୌମ୍ୟଙ୍କ ବାନ୍ଧବୀ

0

ଓଡ଼ିଆ ନ୍ୟୁଜ୍: ଚତୁର୍ଥ ଦିନରେ NHRCରେ ଚାଲିଛି ମାରାଥନ୍‌ ଜେରା। NHRCରେ ହାଜର ହେଲେ ସୌମ୍ୟଙ୍କ ବାନ୍ଧବୀ।NHRCଙ୍କ ତଦନ୍ତକାରୀ ଟିମ୍ ଏହି ମାମଲାରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପଚରାଉଚରା କରୁଛି । ଚତୁର୍ଥ ଦିନରେ ମଧ୍ୟ ଏହି ଟିମ୍ ଜେରା ଜାରି ରଖିଛି । ତେବେ ଆଜି ହଠାତ୍ NHRC କ୍ୟାମ୍ପ୍ କୋର୍ଟରେ ସୌମ୍ୟଙ୍କ ଗର୍ଲଫ୍ରେଣ୍ଡଙ୍କୁ ଦେଖିବାକୁ ମିଳିଥିଲା । ସେ NHRC କ୍ୟାମ୍ପ୍ କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କୁ ଅଧିକାରୀ ମାନେ ପଚରାଉଚରା କରିଥିବା ଜଣାପଡ଼ିଛି । ତେବେ ତାଙ୍କ ଠାରୁ କିଛି ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି NHRC ଅଧିକାରୀ ଆଶା ରଖିଛନ୍ତି । ସେ ଏହି ମାମଲାରେ କିଛି ଜାଣିଛନ୍ତି କି ନାହିଁ ତାହା ତ ଜଣାପଡିନି କିନ୍ତୁ ପଚରାଉଚରା ପରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି ।ସେପଟେ ଜୋନ୍ ୪ ଏସିପି ଅଭିମନ୍ୟୁ ନାଏକଙ୍କୁ ମଧ୍ୟ ପଚରାଉଚରା କରୁଛନ୍ତି NHRC ଅଧିକାରୀ । କ୍ରାଇମବ୍ରାଞ୍ଚ ଡିଏସ୍‌ପି ରତ୍ନପ୍ରଭା ଶତପଥି ମଧ୍ୟ କ୍ୟାମ୍ପ କୋର୍ଟରେ ହାଜର ହୋଇଛନ୍ତି । ରତ୍ନପ୍ରଭା ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛନ୍ତି ।

ତେବେ NHRCଙ୍କ ତଦନ୍ତକାରୀ ଟିମ୍ ତୃତୀୟ ଦିନରେ ୬ଜଣଙ୍କୁ ଜେରା କରିଥିଲେ । ସୌମ୍ୟଙ୍କ ସାଙ୍ଗ ଓମପ୍ରକାଶ ରାଉତ, ୨ ପୀଡ଼ିତା ଯୁବତୀ ଏବଂ ମିନି ଟ୍ରକ୍ ଚାଳକଙ୍କୁ ଜେରା ହୋଇଥିଲା ।

Leave A Reply

Your email address will not be published.