ଓଡ଼ିଆ ନ୍ୟୁଜ୍: ଥାଇଲାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ।ମୁକୁଳାଇବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରମିକଙ୍କ ଗୁହାରି।ଆଳି ଓ ରାଜକନିକାର ୪ ଯୁବକ ଥାଇଲାଣ୍ଡରେ ଫସି ରହିଛନ୍ତି।୩ ମାସ ହେଲାଣି ଦରମା ମିଳି ନଥିବା ନେଇ ଅଭିଯୋଗ।ମୁକୁଳାଇବା ପାଇଁ ଓଡ଼ିଶା ସରକାର ଓ କେନ୍ଦ୍ରାପଡ଼ା ସାଂସଦଙ୍କୁ ଅନୁରୋଧ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଓ ରାଜକନିକା ଅଞ୍ଚଳର ୪ ଜଣ ଶ୍ରମିକ ଥାଇଲାଣ୍ଡର ଏକ ପ୍ଲାଏ କାରଖାନାରେ ଫସି ରହିଛନ୍ତି l ସେମାନେ ହେଲେ ଗୋବାଙ୍ଗ ଗାଁର କ୍ଷିରୋଦ ଦାସ, ଉଇଝାଟିଆ ଗାଁର ମନୋଜ ମଳିକ, ନହୁଣୀ ଗାଁର କୈଳାସ ସେଠୀ ଓ ପଦନିପାଳ ଗାଁର ନିତ୍ୟାନନ୍ଦ ମଲ୍ଲିକ l ଗତ ୩ ମାସ ହେଲା ସେମାନଙ୍କୁ ବିନା ପାରିଶ୍ରମିକରେ କାରଖାନା ମାଲିକ କାମ କରାଊଥିବା ଅଭିଯୋଗ ହୋଇଛି l ତେବେ ଥାଇଲାଣ୍ଡରେ ଫସିଥିବା ଶ୍ରମିକ ମାନେ ନିଜେ ନିଜର ସମସ୍ୟା ସମ୍ପର୍କରେ ଭିଡିଓ କରି ପରିବାର ଲୋକଙ୍କୁ ସୂଚନା ଦେଇଛନ୍ତି l ଦରମା ମାଗିଲେ ସେମାନଙ୍କୁ ଧମକଚମକ ଦିଆଯାଉଛି l ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଶ୍ରମିକ ମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।