୧୮ ରୁ ୨୧ ମଧ୍ୟରେ ଓଡିଶା ଛୁଇଁ ପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆରବ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ କାଲି ଲ୍ୟାଣ୍ଡଫଲ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୧୮ ରୁ ୨୧ ମଧ୍ୟରେ ଓଡିଶା ଛୁଇଁବ ବୋଲି ଅନୁମାନ କରାଯାଉଛି। ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ରହିଛି। ୧୮ ରୁ ଦକ୍ଷିଣ ଓଡିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ। ବର୍ଷା ପ୍ରଭାବରେ ରାଜ୍ୟରେ ପାଗ ବଦଳିବ। ଆସନ୍ତା ୧୮ ଯାଏଁ ପଶ୍ଚିମ ଓଡ଼ିଶାରେ ସିଭିୟର ହିଟ୍ଓ୍ବେଭ ଆଲର୍ଟ ରହିଛି। ସ୍ବାଭିମାନ ଠାରୁ ୬.୫ ଡିଗ୍ରୀ ଉପରେ ପାରଦ ରହିବ। ସମ୍ବଲପୁର, ବରଗଡ଼, ଝାରସୁଗୁଡା, ବୌଦ୍ଧ, ବଲାଙ୍ଗୀର, ସୋନପୁରକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।

୧୬ ତାରିଖରୁ ଉପକୂଳରେ ବି ତାତି ବଢିବ। ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ଓ୍ବେଦର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଆଗାମୀ ୪ ସପ୍ତାହ ଯାଏ ଦେଶରେ ମୌସୁମୀ ପ୍ରବାହ ନୈରାଜଶ୍ୟଜନକ ରହିବ । ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି।

ବିସ୍ତାରିତ ରେଞ୍ଜ୍‌ ପୂର୍ବାନୁମାନ ବ୍ୟବସ୍ଥା (ଇଆର୍‌ପିଏସ୍‌) ଅନୁଯାୟୀ ଜୁଲାଇ ୬ ପର୍ଯ୍ୟନ୍ତ ମୌସୁମୀ ବର୍ଷା ନିରାଶାଜନକ ହେବ। ବିହନ ବୁଣା ଓ ଜମି ପ୍ରସ୍ତୁତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥିବାରୁ କୃଷି ପ୍ରଭାବିତ ହେବ ବୋଲି କୁହାଯାଇଛି। ବର୍ଷାଋତୁ ଆରମ୍ଭରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମୁଖ୍ୟ ମୌସୁମୀ ଜୋନ୍‌ କେନ୍ଦ୍ରୀୟ ଓ ପଶ୍ଚିମ ଭାଗ ଅନାବୃଷ୍ଟି ପ୍ରଭାବର ସମ୍ମୁଖୀନ ହେବ ବୋଲି ସ୍କାଏମେଟ୍‌ ଓ୍ବେଦର କହିଛି। ସାଧାରଣତଃ ଜୁନ୍‌ ୧ରେ ମୌସୁମୀ କେରଳ ଛୁଉଁଥିବାବେଳେ ଏଥର ସପ୍ତାହେ ପରେ ଅର୍ଥାତ୍‌ ଜୁନ୍‌ ୮ରେ ପହଞ୍ଚତ୍ଥିଲା।

ଆରବ ସାଗରରେ ବାତ୍ୟା ‘ବିପର୍ଯ୍ୟୟ’ ସୃଷ୍ଟି ଯୋଗୁ ମୌସୁମୀ ବିଳମ୍ବିତ ହୋଇଥିଲା। ଏବେ ଅନ୍ୟ ଅଞ୍ଚଳକୁ ମୌସୁମୀର ଅଗ୍ରଗତି ବାଧାପ୍ରାପ୍ତହୋଇଛି। ସାଧାରଣଃ ଜୁନ୍‌ ୧୫ ସୁଦ୍ଧା ଓଡ଼ିଶା, ମହାରାଷ୍ଟ୍ର, ତେଲଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରରେ ମୌସୁମୀ ବର୍ଷା ହୋଇଥାଏ। ଏବେ ଏହିସବୁ ରାଜ୍ୟ ପର୍ଯ୍ୟନ୍ତ ମୌସୁମୀ ପହଞ୍ଚତ୍ପାରି ନାହିଁ।

ନିକଟ ଭବିଷ୍ୟତରେ ବଙ୍ଗୋପସାଗରରେ ଓ୍ବେଦର ସିଷ୍ଟମ୍‌ ସୃଷ୍ଟି ହେବାର କୌଣସି ଲକ୍ଷଣ ଦେଖାଯାଉ ନାହିଁ। ଏହି ସିଷ୍ଟମ ମୌସୁମୀକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ।

Leave A Reply

Your email address will not be published.