ଆପାର୍ଟମେଣ୍ଟରେ ପିନ୍ଧି ପାରିବେନି ଲୁଙ୍ଗି ନାଇଟ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆପଣ ଆପାର୍ଟମେଣ୍ଟରେ ରହୁଛନ୍ତିକି? ଆପଣଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆପାର୍ଟମେଣ୍ଟ ସୋସାଇଟିରେ ଆଉ ପିନ୍ଧି ପାରିବେନି ଲୁଙ୍ଗି, ନାଇଟି । କମନ ଏରିଆ, ପାର୍କ ପାଇଁ ଡ୍ରେସ୍ କୋଡ୍ ଲାଗୁ । ଗ୍ରେଟର ନୋଏଡ଼ାର ରେସିଡେଣ୍ଟସ ଓ୍ବେଲଫେୟାର ଆସୋସିଏସନର ଡ୍ରେସକୋଡ୍ ନିୟମକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଆସୋସିଏସନ ପକ୍ଷରୁ ଜାରି ହୋଇଥିବା ନୋଟିସ ଭାଇରାଲ ହେଉଥିବା ବେଳେ ୟୁଜର୍ସ ଏହାକୁ ସମାଲୋଚନା କରିଛନ୍ତି ।

ଜୁନ ୧୦ ତାରିଖରେ ହିମସାଗର ଆପାର୍ଟମେଣ୍ଟ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି । ଲୁଙ୍ଗି ଓ ନାଇଟି ପିନ୍ଧି ନିଜ ଫ୍ଲାଟରୁ ନବାହାରିବାକୁ ନୋଟିସରେ ଉଲ୍ଲେଖ ରହିଛି । ନାଇଟି ଓ ଲୁଙ୍ଗି ପିନ୍ଧି ସୋସାଇଟି ପରିସରରେ ବୁଲିବା ଯୋଗୁ ଅନ୍ୟମାନଙ୍କ ପାଇଁ ଅସହଜ ଅନୁଭବ କରୁଛନ୍ତି ।

ତେଣୁ ଘର ଡ୍ରେସ୍ ପିନ୍ଧି ସୋସାଇଟିରେ ବୁଲାବୁଲି ନକରିବାକୁ ନୋଟିସ ଜାରି କରାଯାଇଛି ବୋଲି ଆସୋସିଏସନ ଅଧ୍ୟକ୍ଷ କହିଛନ୍ତି । ଏହା ପରେ ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.