ଜଗନ୍ନାଥପ୍ରସାଦର ମିନି ଷ୍ଟାଡିୟମରେ ବ୍ଲକ ସ୍ତରୀୟ ମିଶନ୍ ଶକ୍ତି ଋଣ ମେଳାର ଉଦଘାଟନ କଲେ ବାଚସ୍ପତି ବିକ୍ରମ ଆରୁଖ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଜଗନ୍ନାଥ ପ୍ରସାଦ ବ୍ଲକ ସ୍ଥିତ ମିନି ଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ ମିଶନ୍ ଶକ୍ତି ଋଣ ମେଳା ର ଶୁଭ ଉଦଘାଟଣ କରିଛନ୍ତି ଓଡିଶା ବିଧାନସଭାର  ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ । ଏହା ଏଥି ସହିତ ମିଶନ୍ ଶକ୍ତି ଗ୍ରୁପର ମା ମାନଙ୍କୁ ଋଣ ପ୍ରଦାନ କରିବା ସହ ମଧୁବାବୁ ପେନସନ ଯୋଜନା ରେ ବାର୍ଦ୍ଧକ୍ୟ ,ବିଧବା, ଅବିବାହିତା, ଭିନ୍ନକ୍ଷମ ଭତ୍ତା ବଣ୍ଟନ କରିଥିଲେ।

ମିଶନ ଶକ୍ତି ଉଦେଶ୍ୟ ମାନ୍ୟବର ବାଚସ୍ପତି ନିଜର ବକ୍ତବ୍ୟ କହିଥିଲେ କି ସ୍ବାବଲମ୍ବୀ ଓ ସ୍ଵାଭିମାନୀ ହୋଇଛନ୍ତି ମହିଳା, ବହୁଗୁଣିତ ହୋଇଛି ସେମାନଙ୍କ ଆତ୍ମ ବିଶ୍ବାସ ବ୍ୟବସାୟ ହେଉ ଅବା ରାଜନୀତି, ସବୁ କ୍ଷେତ୍ରରେ ଆଗୁଆ ଅଛନ୍ତି ରାଜ୍ୟର ନାରୀ ସମାଜ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ଅଭିଯାନ ବିଶ୍ଵ ପାଇଁ ଏକ ବଳିଷ୍ଠ ଉଦାହରଣ ।

Leave A Reply

Your email address will not be published.