ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦ୍ରୁତ ଗତିରେ ଏକ କାର ରାସ୍ତାରେ ଯାଉଥିବା ୩ ଜଣ ଛାତ୍ରୀଙ୍କୁ ଧକ୍କା ଦେଇ ପାଖ ଦୋକାନକୁ ପଶିଯାଇଛି । ସୌଭାଗ୍ୟକୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତିନି ଜଣ ଛାତ୍ରୀ । ଗଂଜାମ ଜିଲ୍ଲା ପୁରୁଷୋତମପୁର ଥାନା ଅନ୍ତର୍ଗତ ଭାବନ୍ଧ ଛକରେ ଘଟିଛି ଏହି ଲୋମଟାଙ୍କୁରା ଦୁର୍ଘଟଣା । ବ୍ରହ୍ମପୁର-ପୁରୁଷୋତମପୁର ମୁଖ୍ୟରାସ୍ତାର ଭାବନ୍ଧ ଛକରେ ୪ଜଣ କଲେଜ ଛାତ୍ରୀ ସାଇକେଲ ଧରି ଚାଲି ଚାଲି ଯାଉଥିଲେ । ଏହି ସମୟରେ ପଛପଟୁ ଏକ କାର ଦ୍ରୁତ ଗତିରେ ଆସି ୪ ଛାତ୍ରୀଙ୍କୁ ଧକ୍କା ଦେଇ ରାସ୍ତାକଡର ଦୋକାନରେ ପଶି ଯାଇଥିଲା । କାର ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଛାତ୍ରୀମାନେ କାର ଉପରକୁ ଛିଟିକି ଯାଇ ତଳେ ପଡିଥିଲେ । କାର ଧକ୍କାର ଆହତ ତିନି ଛାତ୍ରୀଙ୍କୁ ଉପସ୍ଥିତ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଭାଟକୁମରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତିl