ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ପ୍ରଥମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ। ୨୬ ତାରିଖ ଦିନ ବାଚସ୍ପତି ନିର୍ବାଚନ ହେବ ଏବଂ ୨୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନରେ ଉଦ୍ବୋଧନ ଦେବେ। ଏହି ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ।
ଆଜି ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନ । ଆଜିଠାରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ଲୋକସଭାରେ ମୋଟ ୮ଟି ଏବଂ ରାଜ୍ୟସଭାରେ ୫ଟି କାର୍ଯ୍ୟ ଦିବସ ରହିଛି । ୨୭ ତାରିଖ ଦିନ ସଂସଦର ଯୁଗ୍ମ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧନ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ବଳକା ଦିନ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍ପି ଭର୍ତ୍ତୃହରି ମହତାବଙ୍କୁ ଲୋକ ସଭାର କାମଚଳା ବାଚସ୍ପତି ନିଯୁକ୍ତ କରିଛନ୍ତି। ମହତାବ ସଂସଦ ଗୃହରେ ପହଞ୍ଚି ସକାଳ ୧୧ଟାରେ ଲୋକସଭାର ପ୍ରକ୍ରିୟା ଆରମ୍ଭ କରିବେ। ମହତାବଙ୍କ ନିଯୁକ୍ତି ହେତୁ ଅଧିବେଶନରେ ଲୋକ ସଭାରେ ବିରୋଧ ହେବାର ସମ୍ଭାବନା ରହିଛି |