ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ଓ ପରୀକ୍ଷା ପରିଚାଳନାରେ ବିଭ୍ରାଟ ଦେଖାଯିବା ଘଟଣା ଦେଶରେ ଉଦଗେବ ସୃଷ୍ଟି କରିଛି । ଏହାରି ଭିତରେ ନିଟ୍ ବିବାଦକୁ ନେଇ ଗଠିତ ଉଚ୍ଚସ୍ତରୀୟ ପ୍ୟାନେଲର ଆଜି ବୈଠକ ବସିବାକୁ ଯାଉଛି ।
ଉଚ୍ଚସ୍ତରୀୟ ୭ ଜଣିଆ ପ୍ୟାନେଲକୁ ନେଇ ନିଟରେ ହୋଇଥିବା ଅନିୟମିତତାକୁ ନେଇ ଆଜି ପ୍ରଥମ ବୈଠକ ବସିବାକୁ ଯାଉଛି । ପୂର୍ବାହ୍ନ ୧୨ଟାରେ ନିଟ୍ ପ୍ୟାନେଲର ବୈଠକରେ ନିଟ୍ ପରୀକ୍ଷାକୁ ନେଇ ସମସ୍ତ ଆଲୋଚନା ହେବାକୁ ଯାଉଛି । ଏନେଇ ସୂଚନା ଦେଇଛି ଶିକ୍ଷା ମନ୍ତ୍ରଣାଳୟ । ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ନିଟ୍ର ପରିଚାଳନା ନେଇ ଆଲୋଚନା ହୋଇପାରେ । ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ 7ଜଣ ବିଶେଷଜ୍ଞଙ୍କୁ ନେଇ ଏହି କମିଟି ଗଠନ କରିଥିଲା । ଏହାକୁ ‘ଇସ୍ରୋ’ ମୁଖ୍ୟ ତଥା ବିଶିଷ୍ଟ ମହାକାଶ ବିଜ୍ଞାନୀ ଏସ.ସୋମନାଥ ଅଧ୍ୟକ୍ଷତା କରୁଛନ୍ତି ।
‘ଏନଟିଏ’ କାର୍ଯ୍ୟାବଳିକୁ ଏହି କମିଟି ପ୍ରଥମେ ଅନ୍ୟଧାନ କରିବ । ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଆଣିବା ପାଇଁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଓ ତଥ୍ୟ ନିରାପତ୍ତା ଦିଗରେ ସୃଷ୍ଟି ହୋଇଥିବା ଆହ୍ବାନ ଉପରେ ମଧ୍ୟ ଏହି କମିଟି ପୁଙ୍ଖାନୁପୁଙ୍ଖ ତର୍ଜମା କରି କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସୁପାରିଶ କରିବ । ଆଗାମୀ ଦିନରେ ସେହି ଆଧାରରେ କେନ୍ଦ୍ର ସରକାର ଢାଞ୍ଚାଗତ ପରିବର୍ତ୍ତନ ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।