ମହାଶିବରାତ୍ରି ପାଇଁ ଗାଇଡ଼ଲାଇନ ଜାରି କଲେ SRC: ନଜର ପକାନ୍ତୁ କଣ ରହିଛି କଟକଣା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ମହାଶିବରାତ୍ରି ପାଇଁ କୋଭିଡି କଟକଣା ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର । ଆସନ୍ତା ମାର୍ଚ୍ଚ ୧ ତାରିଖରେ ମହାଶିବରାତ୍ରୀ ପାଳନ ପାଇଁ ଅନୁମତି ମିଳିଛି। କିନ୍ତୁ କିଛି କଟକଣା ଲଗାଇଛନ୍ତି ଏସଆରସି।

ସେଗୁଡିକ ହେଲା :

  • ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ସମାଗମ ଉପରେ ନିଷ୍ପତ୍ତି ନେବେ ଜିଲ୍ଲାପାଳ । କୋଭିଡ କଟକଣାରେ ମନ୍ଦିର ଭିତରକୁ ଏକସଙ୍ଗେ କେତେ ଜଣ ଶ୍ରଦ୍ଧାଳୁ ଯାଇପାରିବେ,
  •  ମନ୍ଦିର ପରିସରରେ କେତେଜଣ ରହିପାରିବେ ସ୍ଥାନୀୟ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିଷ୍ପତ୍ତି ନେବେ ।
  •  ଭିଡ଼ ଓ ଜନଗହଳି ଏଡ଼ାଇବା ପାଇଁ ମନ୍ଦିର ପରିସର ଓ ବାହାରେ ମହାଶିବରାତ୍ରୀରେ ମେଳା ଏବଂ ସମାବେଶ ଉପରେ କଟକଣା   ଲଗାଯାଇପାରିବ ।
  •  ଶ୍ରଦ୍ଧାଳୁମାନେ ହାତ ସାନିଟାଇଜ କରିବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ।
  • ସ୍ଥାନୀୟ ସ୍ଥିତିକୁ ଦୃଷ୍ଟିରେ ରଖି ମହାଶିବରାତ୍ରୀରେ ମନ୍ଦିର ଓ ଧାର୍ମିକ ସ୍ଥଳରେ ଶ୍ରଦ୍ଧାଳଙ୍କ ପ୍ରବେଶ ଏବଂ ପୂଜାର୍ଚ୍ଚନା ଉପରେ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ପୋଲିସ କମିଶନର କଟକଣା ଲଗାଇପାରିବେ।

ଏନେଇ  ମାର୍ଗଦର୍ଶିକା ମଧ୍ୟମରେ ସୂଚନା ଦେଇଛନ୍ତି  ଏସଆରସି।

ସେପଟେ ଜାଗର ସମନ୍ୱୟ ବୈଠକରେ ହୋଇଥିବା ବିଏମସିର ମାର୍ଗଦର୍ଶିକାକୁ ବିରୋଧ କଲା ବ୍ରାହ୍ମଣ ନିଯୋଗ ସମିତି ଓ ପୂଜାପଣ୍ଡା ନିଯୋଗ ସମିତି I ଜିଲ୍ଲାପାଳଙ୍କ ସାମନ୍ୱୟ ବୈଠକରେ ହୋଇଥିବା ନିଷ୍ପତିକୁ ବଦଳାଇ ବିଏମସି କରିଥିବା ମାର୍ଗଦର୍ଶୀକାକୁ ଆମେ ବିରୋଧ କରୁଛୁ I ଆମର ଦାବି

  • ଶ୍ରଦ୍ଧାଳୁ ଆଡକାଠ ଦର୍ଶନ କରନ୍ତୁ ।
  • ବ୍ରାହ୍ମଣ ନିଯୋଗ ସମିତି ଭୋଗରାଗକୁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ନିଷ୍ପତି ସ୍ଥାନରେ ଭୋଗରାଗ କରାଯାଉ।
  • ଦୂରତ୍ୱ ରକ୍ଷାକରି ଶ୍ରଦ୍ଧାଳୁମାନଙ୍କୁ ଦୀପ ଜାଳିବାକୁ ଅନୁମତି ମିଳୁ ବୋଲି ବ୍ରାହ୍ମଣ ସମାଜ କହିଛି ।

ଶ୍ରୀ ଲିଙ୍ଗରାଜ ଥାନା ପରିସରରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜାଗର ଯାତ୍ରା ଶାନ୍ତି  ଶ୍‌ଙ୍କଳା  ସମ୍ପକରେ ଆଲୋଚନା କରାଯାଇଥିଲା । ଏଥିରେ ପୋଲିସ କମିଶନରଙ୍କ ଅଧକ୍ଷତାରେ ବୈଠକ ବସିଥିଲା । ସମସ୍ତ  ବିଭାଗର ଅଧିକାରୀଙ୍କ ସମେତ ନିଯୋଗ ଓ ପୂଜାପଣ୍ଡା ନିଯୋଗ ର ସେବାୟତ ଯୋଗଦେଇଥିଲେ ।

 

 

Leave A Reply

Your email address will not be published.