ଜୁଲାଇ ୨୦ରେ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ନୂତନ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ଜୁଲାଇ ୨୦ରେ ଏହି ପଦବୀ ପାଇଁ ମତଦାନ ହେବ। ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଜୁଲାଇ ୧୮ ପର୍ୟ୍ୟନ୍ତ କରାଯାଇପାରିବ । ଜୁଲାଇ ୧୩ରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତଫା ଦେବା ପାଇଁ ଘୋଷଣା କରିବା ପରେ ଆଜି ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଦନେ ।

ପ୍ରତିବାଦକାରୀଙ୍କ ପ୍ରବଳ ଚାପ ଆଗରେ ନଇଁବାକୁ ବାଧ୍ୟ ହୋଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକସେ । ସେ ନିଜ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ଏନେଇ ସେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେଙ୍କୁ ଅବଗତ କରିଥିବା ସୂଚନା ମିିଳିଛି । ଆସନ୍ତା ୧୩ ତାରିଖରେ ସେ ପଦ ଛାଡିବା ନେଇ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା କଲୋମ୍ବୋ ଗେଜେଟ ପକ୍ଷରୁ ଖବର ପ୍ରସାରିତ ହୋଇଛି ।

Leave A Reply

Your email address will not be published.