ରାଜ୍ୟ କ୍ୟାବିନେଟ୍ ବୈଠକରେ ୩୩ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ, ନଜର ପକାନ୍ତୁ କେଉଁ କେଉଁ ପ୍ରସ୍ତାବ ଅଛି ସାମିଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ସମୁଦାୟ ୩୩ଟି ପ୍ରସ୍ତାବକୁ ମିଳିଛି କ୍ୟାବିନେଟର ଅନୁମୋଦନ। କେନ୍ଦୁଝର ଜିଲ୍ଲା ପାଇଁ ୧୪ଟି ମେଗାଲିଫ୍ଟ ପ୍ରକଳ୍ପକୁ ମିଳିଛି ଅନୁମୋଦନ। ଏଥିପାଇଁ ଖର୍ଚ୍ଚ ହେବ ୫୧୧ କୋଟି ଟଙ୍କା। ଶାରୀରିକ ଶିକ୍ଷା କଲେଜରେ ସ୍ପୋର୍ଟ୍ସ ହଷ୍ଟେଲ୍। ଛାତ୍ରଛାତ୍ରୀଙ୍କ ପାଇଁ ୧୫ ପ୍ରତିଶତ ସିଟ୍ ସଂରକ୍ଷଣ ପାଇଁ ମିଳିଛି କ୍ୟାବିନେଟର ଅନୁମୋଦନ। ବିଧାୟକଙ୍କ ବାସଭବନ ପାଇଁ ୫୧୦ କୋଟି ଟଙ୍କା ମଂଜୁର କରାଯାଇଛି।

ଖରସୁଆଁ, କାଣି ଓ ବୈତରଣୀ ନଦୀରେ ହେବ ୯ଟି ମେଗା ପ୍ରକଳ୍ପ। ବୈତରଣୀ ନଦୀରେ ଦୁଇଟି ଆନିକଟ୍ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା। ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ ଭୂତଳ ଜଳଯୋଗାଣ ପ୍ରକଳ୍ପ ପାଇଁ ୬୩୪ କୋଟି ଟଙ୍କା ମଂଜୁର କରାଯାଇଛି। ରାଜ୍ୟରେ ଖୋଲିବ ୯ଟି ନୂଆ ଅବକାରୀ ଥାନା। ଅବକାରୀ ବିଭାଗରେ ସୃଷ୍ଟି ହେବ ୪୫୭ଟି ନୂତନ ପଦବୀ। ଗୋପାଳପୁର, ଖପରାଖୋଲ, ମୁନିଗୁଡି, ମୋହନା, ଦାରିଙ୍ଗବାଡ଼ି, ଜୋଡା, ସୁକୃଲୀ, ହୁଇଡା ଓ ହାଟଡିହିରେ ଖୋଲିବ ନୂତନ ଅବକାରୀ ଥାନା। ସେହିପରି ସୃଷ୍ଟି ହେବ ୧୩ଟି ଅବକାରୀ ରେଂଜ କାର୍ଯ୍ୟାଳୟ। ବାଲେଶ୍ୱର, ଜୟପୁର ଓ ରାଉରକେଲାରେ ଖୋଲିବ ୩ଟି ନୂଆ ସାଟେଲାଇଟ୍ ୟୁନିଟ୍।

Leave A Reply

Your email address will not be published.