ରାଜ୍ୟ ସରକାର ଭୋଟବ୍ୟାଙ୍କ ପାଇଁ ଛଦ୍ମ ଧର୍ମନିରପେକ୍ଷତା ନାଁରେ ତୁଷ୍ଟିକରଣ ରାଜନୀତି ବନ୍ଦ କରନ୍ତୁ: ବିଜେପି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସମ୍ବଲପୁର ଘଟଣା ଓଡିଶାର ହିନ୍ଦୁ ସମାଜ ପାଇଁ ଏକ ସତର୍କ ଘଂଟି । ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ପୂର୍ବ ପ୍ରସ୍ତୁତି କରାଯାଇ ଆକ୍ରମଣ କରାଗଲା । କେଉଁଠି ମସଜିଦ ଓ ଘର ଉପରୁ ଶୋଭାଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କ ଉପରକୁ ପଥର ଫିଙ୍ଗାଗଲା ତ କେଉଁଠି ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ କରାଗଲା । ଆଉ ଜଣେ ହିନ୍ଦୁ ଜନଜାତିର ଶ୍ରଦ୍ଧାଳୁଙ୍କୁ ହାଣି ହତ୍ୟା କରାଗଲା । ଆଉ ତଥାକଥିତ ଧର୍ମ ନୀରପେକ୍ଷତା ନାମରେ ଆମର କିଛି ହିନ୍ଦୁ ଗୋଷ୍ଠୀ ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣକାରୀଙ୍କ ଏପରି ଘୃଣ୍ୟ କାର୍ଯ୍ୟକୁ ଦେଖି ବି ନୀରବ ରହିଲେ । ପୋଲିସର ଆଖି ଆଗରେ ଏପରି ହେଲା ।

ଆକ୍ରମଣରେ ପୋଲିସ କର୍ମଚାରୀ ବି ରକ୍ତାକ୍ତ ହେଲେ । ଘଟଣା ସମ୍ପର୍କରେ ସେଠାରେ ଉପସ୍ଥିତ ତଥା ପ୍ରତ୍ୟକ୍ଷଦର୍ଶୀ ପୋଲିସ ଅଧିକାରୀଙ୍କ ପକ୍ଷରୁ ମଧ୍ୟ ସେହିଦିନ ସ୍ଥାନୀୟ ଧନୁପାଲି ଥାନାରେ ଏତଲା ଦିଆଗଲା ହେଲେ ଆକ୍ରମଣକାରୀ ତଥା ଦଙ୍ଗାକାରୀଙ୍କୁ ଗିରଫ କରିବା ପରିବର୍ତେ ପୀଡିତ ଶ୍ରଦ୍ଧାଳୁମାନଙ୍କୁ ବେଶୀ ସଂଖ୍ୟାରେ ପୋଲିସ ଗିରଫ କଲା ।

ଶୋଭାଯାତ୍ରାର ଢେର ପୂର୍ବରୁ ପୋଲିସ ପ୍ରଶାସନକୁ ଶୋଭାଯାତ୍ରାର ମାର୍ଗ ଓ ଗତି ସହ କେଉଁ କେଉଁ ସ୍ଥାନମାନଙ୍କରେ ଅନ୍ୟ ସମୁଦାୟଙ୍କ ପକ୍ଷରୁ ଗଣ୍ଡଗୋଳ କରାଯାଇପାରେ ବୋଲି ଦର୍ଶାଇ ଉପଯୁକ୍ତ ସ୍ଥାନ ଗୁଡିକରେ ଆଇନଶୃଙ୍ଖଳା ପ୍ରତି ଧ୍ୟାନ ଦେବାକୁ ଶୋଭାଯାତ୍ରା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଥିଲେ ବି ସେଥିପ୍ରତି ସଠିକ୍ ଦୃଷ୍ଟି ଦେଲାନି ପ୍ରଶାସନ । ପୂର୍ବ ପ୍ରସ୍ତୁତିରେ ଶୋଭାଯାତ୍ରାକାରୀଙ୍କୁ ଆକ୍ରମଣ କରି ରାଜନୈତିକ ବାହୁଛାୟା ତଳେ ଆଶ୍ରୟ ନେଇଗଲେ ଆକ୍ରମଣକାରୀ । ସେଥିପାଇଁ ଖୋଦ୍ ପୋଲିସ ତରଫରୁ ଏତାଲା ଦିଆଯାଇଥିଲେ ବି ଆକ୍ରମଣକାରୀଙ୍କ ଉପରେ କଡା ପଦକ୍ଷେପ ନେବା ବଦଳରେ ଆକ୍ରମଣର ପ୍ରତିବାଦରେ ସୁରକ୍ଷା ପାଇଁ ଗୁହାରି କରିଥିବା ହିନ୍ଦୁମାନଙ୍କୁ ଅଧିକ ସଂଖ୍ୟାରେ ଗିରଫ କଲା ପୋଲିସ । ହିନ୍ଦୁ ପର୍ବପର୍ବାଣି ଗୁଡିକ ଉପରେ ଏହା ଅସହିଷ୍ଣୁତା ନୁହେଁ କି? “ସାଲେ କାଫେର ଲୋଗୋଙ୍କୋ କାଟ ଦେଙ୍ଗେ, ଇଣ୍ଡିଆ ୱାପସ୍ ନେହିଁ ଜାନେ ଦେଙ୍ଗେ” କହି ସମ୍ବଲପୁରର ମୁସଲମାନମାନେ କ’ଣ କହିବାକୁ ଚାହୁଁଥିଲେ ।

ଏଥିପାଇଁ କେତେ ଦିନ ଆଗରୁ ତାଙ୍କର ପ୍ରସ୍ତୁତି ଆରମ୍ଭ ହୋଇଥିଲା । କାରଣ ଆମେ ଏହା କହୁ ନାହୁଁ, ପୋଲିସ ନିଜେ ତା ଏଫଆଇଆରରେ ଲେଖିଛି । ସମ୍ବଲପୁର ଏସ୍‌ପି ବି ପ୍ରାରମ୍ଭିକ ଅନୁସନ୍ଧାନରୁ କହିଥିଲେ ଯେ, ଏପରି ଆକ୍ରମଣ କରିବା ତାଙ୍କ ପୂର୍ବ ପ୍ରସ୍ତୁତି ଥିଲା । ଏତେ ସବୁ ଜାଣି ବି ପ୍ରଶାସନ କାହିଁକି କଡା ନଜର ରଖିଲାନି । ୧୨ ତାରିଖ ଘଟଣାରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ୩୦ତାରିଖରେ ବା ପରବର୍ତୀ ସମୟରେ ଆଉ ଏତେ ଉତେଜନା ପ୍ରକାଶ ପାଇନଥାନ୍ତା । ତେବେ ପ୍ରଶାସନ କ’ଣ ଚାହୁଁଛି? ସରକାର କ’ଣ ପାଇଁ ଆକ୍ରମଣକାରୀ ବା ଦଙ୍ଗାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଇ ଓଲଟା ହିନ୍ଦୁମାନଙ୍କୁ ଅଧିକ ସଂଖ୍ୟାରେ ଗିରଫ କଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହିସବୁ ବିଷୟ ଉପରେ ଭାରତୀୟ ଜନତା ପାର୍ଟି ରାଜ୍ୟ ବୁଦ୍ଧିଜୀବୀ ପ୍ରକୋଷ୍ଠ ପକ୍ଷରୁ ଆୟୋଜିତ “ସମ୍ବଲପୁର ଅନୁଚିନ୍ତା ଶୀର୍ଷକ” ଏକ ଆଲୋଚନା ଚକ୍ରରେ ବିଭିନ୍ନ ବକ୍ତା ସରକାରଙ୍କ ପାଖରେ ପ୍ରଶ୍ନ ରଖିଛନ୍ତି । ବିଶ୍ୱ ହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ସଭାପତି ଡାକ୍ତର ରାଜ କୁମାର ବଡପଣ୍ଡା ଓ ରାଜ୍ୟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ପ୍ରକାଶ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବକ୍ତା ଏହି ମତବ୍ୟକ୍ତି କରିଛନ୍ତି । ଆଗକୁ ଏଭଳି ବିଶୃଙ୍ଖଳା ଏଡାଇବାକୁ ହେଲେ ଦେଶରେ ସମାନ ନାଗରିକ ସଂହିତା ଭଳି ସମସ୍ତଙ୍କ ପାଇଁ ସମାନ ନିୟମଲାଗୁ କରିବା ସହ ରାଜ୍ୟ ସରକାର ଭୋଟବ୍ୟାଙ୍କ ପାଇଁ ଛଦ୍ମ ଧର୍ମନିରପେକ୍ଷତା ନାମରେ ମୁସଲିମ ତୁଷ୍ଟିକରଣ ବନ୍ଦ କରିବା ଉଚିତ ।

ଏଥିସହିତ ରାଷ୍ଟ୍ର ବିରୋଧୀ ଶକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଲୋଚନା ଚକ୍ରରେ ଦାବି କରାଯାଇଥିଲା । ଏଭଳି ରାଷ୍ଟ୍ର ବିରୋଧୀ ତତ୍ୱ ସୃଷ୍ଟି କରୁଥିବା ଗୋଷ୍ଠୀ ଓ ଅନୁଷ୍ଠାନ ଗୁଡିକ ଉପରେ ସରକାର ତୀକ୍ଷଣ ନଜର ରଖିବାକୁ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା । ସର୍ବୋପରି ଭିନ୍ନ ମତପନ୍ଥରେ ଏବଂ ରାଜେନୈତିକ ଅସ୍ପୃଶ୍ୟତା ଆଳରେ ଭାଗଭାଗ ହୋଇ ରହିଥିବା ବିରାଟ ହିନ୍ଦୁ ସମାଜକୁ ଏବେ ଏକଜୁଟ୍ ବା ଏକୀକରଣ ହେବାର ଆବଶ୍ୟକତା ରହିଛି ବୋଲି ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.