ଓଡ଼ିଆ ନ୍ୟୁଜ୍: ଢେଙ୍କାନାଳ ମୋଟଙ୍ଗାର ଗୋପାଳପୁର ଖଣିରେ ବ୍ଲାଷ୍ଟ ଓ ଅତଡ଼ା ଖସିବା ଘଟଣା। ମାଟି ଅତଡ଼ା ତଳେ ୨ ମୃତଦେହ ଥିବା ଅଗ୍ନିଶମ ଟିମ୍ର ସୂଚନା। ଗୋଟିଏ ଓଡ୍ରାଫ୍ ଓ ୨ଟି ଅଗ୍ନିଶମ ଟିମ୍ ଉଦ୍ଧାର କାମରେ ନିୟୋଜିତ। ମାଟି ଖୋଳିବାରେ ଲାଗିଛି ଜେସିବି ମେସିନ୍, ଡଗ୍ ସ୍କ୍ୱାର୍ଡର ତଲାସୀ।ଘଟଣାସ୍ଥଳରେ ଢେଙ୍କାନାଳ ଜିଲ୍ଲାପାଳ ଓ ଏସ୍ପି ଉପସ୍ଥିତ।
ଆଜି ସକାଳେ ମୋଟଙ୍ଗା ଥାନା ପୋଲିସ, ଓଡ଼ାପଡ଼ା ତହସିଲଦାର ଓ ଅଗ୍ନିଶମ ସଂସ୍ଥା ଓ ଓଡ୍ରାଫ୍ଟ ଦଳ ଜେସିବି ମେଶିନ ଓ ସନ୍ଧାନୀ କୁକୁର ଜରିଆରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜିଲାପାଳ ଆଶିଷ ପାଟିଲ ଓ ଏସ୍ପି ଅଭିନବ ସୋନକର ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୨ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୨ ମୃତକଙ୍କ ମଧ୍ୟରୁ ଜଣେ ମୟୂରଭଞ୍ଜ ଓ ଅନ୍ୟ ଜଣେ ବାଲେଶ୍ୱର ଜିଲାର ବୋଲି ସୂଚନା ମିଳିଥିଲେ ମଧ୍ୟ ସେମାନଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳିନାହିଁ। ଉକ୍ତ ଖଣିର ବ୍ଲାଷ୍ଟିଂ ଅନୁମତି ସେପ୍ଟେମ୍ବର ମାସରୁ ସରିଥିବା ବେଳେ ଡିସେମ୍ବର ମାସରୁ ଲିଜ୍ ଅବଧି ମଧ୍ୟ ସରିଥିଲା। ଏହି ଘଟଣାର ତଦନ୍ତ ଓ ଯାଞ୍ଚ କରାଯାଇ ଖଣି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।