ବାତ୍ୟା ‘ବିପର୍ଯ୍ୟୟ’, ସମୁଦ୍ର ଭିତରୁ ୫୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟ ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଥିବାବେଳେ ସମୁଦ୍ର ଭୀଷଣ ଆଶାନ୍ତ ରହିଛି। ଏପରି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ତଟରକ୍ଷୀ ବାହିନୀ ବା କୋଷ୍ଟଗାର୍ଡ ଏକ ସାହସିକ ଅପରେସନ ଚଳାଇ ସମୁଦ୍ର ମଧ୍ୟରେ ଥିବା ଏକ ଅଏଲ ରିଗ୍ ( ସମୁଦ୍ର ତଳୁ ତୈଳ ଉତ୍ତୋଳନ ପାଇଁ ନିର୍ମିତ ବ୍ୟବସ୍ଥା)ରୁ ୫୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ଏହି ଅଏଲ ରିଗର ନାମ ‘କି ସିଂଗାପୁର’ ଓ ତାହା ଦ୍ବାରିକା ଉପକୂଳଠାରୁ ୪୦ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଅବସ୍ଥିତ ।

ମିଳିଥିବା ସୂଚନା ଅନୁସାରେ, ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଧ୍ରୁବ ହେଲିକପ୍ଟର ଓ ଜାହାଜ ସୁର ଦ୍ୱାରା ଏହି ଅପରେସନ କରି ‘କି ସିଙ୍ଗାପୁର’ରୁ ୫୦ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ପ୍ରବଳ ଝଡ଼ବର୍ଷାରେ ଫସି ରହିବା ପରେ ସେମାନେ ସହାୟତା ପାଇଁ କୋଷ୍ଟଗାର୍ଡକୁ ନିବେଦନ କରିଥିଲେ ।

ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସେୟାର କରାଯାଇଥିବା ଏକ ଭିଡିଓରେ ଦେଖାଯାଉଛି ଯେ, ଅଏଲ ରିଗ-୩ ଉପରେ ଏକ ଆଡଭାନ୍ସ ଲାଇଟ୍ ଧ୍ରୁବ ହେଲିକପ୍ଟର (ଏଏଲ୍ଏଚ୍) ଉପସ୍ଥିତ ଅଛି ଏବଂ ଫସିରହିଥିବା ଲୋକମାନେ ଏହା ଆଡକୁ ଯାଉଛନ୍ତି ।

ଭାରତୀୟ ତଟରକ୍ଷୀ ବାହିନୀ ର ସୂଚନା ଅନୁଯାୟୀ, ମଙ୍ଗଳବାର ୨୪ ଜଣ କ୍ରୁ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସୋମବାର ୨୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

 

Leave A Reply

Your email address will not be published.