ତ୍ରିପୁରାରେ ବିଜେପିର ସିପିଆଇଏମ କର୍ମୀଙ୍କ ଉପରେ ଅମାନୁଷିକ ଆକ୍ରମଣକୁ ଭୁବନେଶ୍ବରରେ ଦୃଢ ବିରୋଧ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରା ରେ ସିପିଆଇ ଏମ କାର୍ଯ୍ୟାଳୟ କୁ ଯେଉଁଭଳି ଭାବେ ଜୋର ଜବରଦସ୍ତ ଧସେଇ ପଶି ସିପି ଏମ କର୍ମୀ ଙ୍କୁ ଅମାନୁଷିକ ଓ ସନ୍ତ୍ରସ ବାଦୀ ଭାବେ ବିଜେପି କର୍ମୀଙ୍କ ଆକ୍ରମଣ କୁଦଳ ପକ୍ଷରୁ ଭୁବନେଶ୍ୱର ରେ ଏକ ପ୍ରତିବାଦ ବିଖୋଭ ରେ ଦୃଢ ବିରୋଧ କରାଯାଇଛି । ଆଜି ଭୁବନେଶ୍ୱର ଆଞ୍ଚଳିକ କମିଟି ପକ୍ଷରୁ ମାଷ୍ଟରକ୍ୟାଣ୍ଟିଂ ଠାରେ ଶତାଧିକ ସିପିଏମ କର୍ମୀ ଏକଜୁଟ ହୋଇ ସାଥି ସୁରେଶ ପାଣିଗ୍ରାହୀ ଓ ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଜେପି ସରକାର ଙ୍କ ଏହି ଆକ୍ରମଣ କୁ ସନ୍ତ୍ରସବାଦୀ ଆକ୍ରମଣ ଓ ବର୍ବର କାଣ୍ଡ ସହିତ ତୁଳନା କରାଯିବା ସହିତ ଦେଶର ହିତସାଧନ ପାଈଁ ତୁରନ୍ତ ବିଜେପି ସରକାର କୁ ଗାଦି ତ୍ୟୁତ କରିବାକୁ ଦେଶର ଜନସାଧାରଣ କୁ ନିବେଦନ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ସିପିଏମ ନେତା ଜମ୍ବେଶ୍ଵର ସାମନ୍ତରାୟ, ଅଭିରାମ ବେହେରା, ପ୍ରଭାତ ପାଣିଗ୍ରାହୀ, ଯୁବ ନେତା ସରୋଜ ନାୟକ, ଏକାଦଶୀ ବେହେରା ବସନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରି ବିଜେପି ହେଲମେଣ୍ଟ ବାହୀନ ଗୁଣ୍ଡାରାଜ କୁ ତୀବ୍ର ସମାଲୋଚନା କରିଥିଲେ।

Leave A Reply

Your email address will not be published.