ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉପଖଣ୍ଡସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ | ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ୨୦୨୩ ସଭାପତି ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି ଯୋଗ ଦେଇଥିଲେ |
ବାମନଘାଟୀ ଉପଖଣ୍ଡର ବିଭିନ୍ନ ଛାପାକଳ ଓ ବୈଦୁତିକ ଗଣମାଧ୍ୟମର ପ୍ରତିନିଧିଗଣ ଉପସ୍ଥିତ ଥିଲେ | ଏହି ଅବସରରେ ଏକ ବିଷୟବସ୍ତୁ ` କୃତ୍ତିମ ମେଧା ଯୁଗରେ ଗଣମାଧ୍ୟମ ´ ଉପରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଗଣ ମତ ଉପସ୍ଥାପନ କରିବା ସହିତ ସ୍ଥାନୀୟ ଆଞ୍ଚଳିକ ସମସ୍ୟା ଉପରେ ଦୃଷ୍ଟିକୋଣ ପ୍ରକାଶ କରିଥିଲେ | ସଭାପତି ମହୋଦୟ ଆଲୋଚ୍ୟ ବିଷୟ ` କୃତ୍ତିମ ମେଧା ଯୁଗରେ ଗଣମାଧ୍ୟମ ´ ର ବିଶ୍ଲେଷଣ କରିବା ପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ |
ସେମାନଙ୍କ ମଧ୍ୟରେ ରବୀନ୍ଦ୍ର ପଟ୍ଟନାୟକ, ତୁଷାର ମହାନ୍ତ, ଅନଶନ ମହାନ୍ତ, ଅକ୍ଷୟ ବିଶ୍ବାଳ, ମେଘନାଦ ସାହା, ଜିତେନ୍ଦ୍ର ଅଗ୍ରୱାଲ, ଶ୍ୟାମଳେନ୍ଦୁ ପରିଡା, ଖୁଦିରାମ ମହାନ୍ତି, ପ୍ରସନ୍ନ ଷଡଙ୍ଗୀ, ବିଶ୍ବ ରଂଜନ ପାଲ, ନିରଜ କୁମାର ସାହୁ, ସୁଜିତ ପଟ୍ଟନାୟକ, ପ୍ରଦୀପ ମହାନ୍ତ, ରାଜେଶ ଶର୍ମା ଓ ଦୀପକ କୁମାର ବେହେରା ପ୍ରମୁଖ ଥିଲେ | ବିଗତ ଦିନରେ କତିପୟ ସାମ୍ବାଦିକ ମୃତ୍ୟୁବରଣ କରିଥିବାରୁ, ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା | ପରିଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାକାର୍ଯ୍ୟ ସମାପ୍ତ ହୋଇଥିଲା |