ବିଧାନସଭାରେ ସୁଭଦ୍ରା ତାତି; ୪ଟା ଯାଏଁ ବିଧାନସଭା ମୁଲତବି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତ ଦୁଇ ଦିନ ହେବ ସୁରୁଖୁରୁରେ ଗୃହ ଚାଲିବା ପରେ ଆଜି ପୁଣି ହଟ୍ଟଗୋଳରେ ଗୃହ ମୁଲତବି । ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ବିଜେଡି ସଦସ୍ୟ ଗୃହରେ ହୋହଲ୍ଲା କରିବାରୁ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।  ଏହି ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବା ଦାବି କଲେ ବିରୋଧୀ ଦଳ । ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କଲେ ବିଜେଡି ଓ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କଲେ ବିରୋଧି ନେତା ।

ତେବେ ଗୃହ ଆରମ୍ଭରେ ସ୍ବର୍ଗତ ଅଶ୍ବିନୀ କୁମର ଗୁରୁଙ୍କ ଲାଗି ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାପରେ ପ୍ରଶ୍ନକାଳ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନିଜର ଉତ୍ତର ରଖିବା ବେଳେ ବିରୋଧୀ ବିଜେଡି ହୋହଲ୍ଲା ଆରମ୍ଭ କରିଥିଲେ ।  ସୁଭଦ୍ରା ଯୋଜନାରେ ପ୍ରତିଶ୍ରୁତି ଦେଇ ସରକାର ପାଳନ କରିନାହାନ୍ତି ବୋଲି ଅଭିଯୋଗ କରି ବାଚସ୍ପତିଙ୍କ ପୋଡିୟମ ପାଖକୁ ଯାଇ ପ୍ରବଳ ହଟ୍ଟଗୋଳ କରିଥିଲେ ବିଜେଡି ସଦସ୍ୟ । ଏହା ସହିତ ନାରାବାଜି ମଧ୍ୟ କରିଥିଲେ । ଯାହାପରେ ବାଚସ୍ପତି ତାଙ୍କୁ ଆଲୋଚନା ପାଇଁ କହିଥିଲେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରୁ ଗୃହକୁ ସାଢେ ୧୧ଟା ଟାଏ ମୁଲତବି ରଖିଛନ୍ତି ବାଚସ୍ପତି ।

ଗୃହ ମଧ୍ୟଭାଗକୁ ବିଜେଡି ଓ କଂଗ୍ରେସର ସଦସ୍ୟମାନେ ଆସି ନାରାବାଜି କରିଥିଲେ। ସରକାର ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପାଳନ କରନ୍ତୁ ବୋଲି ବିରୋଧୀ କହିଛନ୍ତି। ୨ବର୍ଷରେ ୫୦ହଜାର ଟଙ୍କା ସମସ୍ତ ମହିଳାଙ୍କୁ ଦେବାକୁ ସରକାର କହିଥିଲେ। ହେଲେ ଏବେ ପାଳନ ନକରି ରାଜ୍ୟର ମହିଳାଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ମିଛ କହି ଭୋଟ ହାତେ ଥିବାରୁ ସରକାର ଲୋକଙ୍କ ପାଖରେ ସ୍ୱୀକାର କରନ୍ତୁ ବୋଲି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

 

Leave A Reply

Your email address will not be published.