ଓଡ଼ିଆ ନ୍ୟୁଜ୍: ଆଜିଠୁ ପଶ୍ଚିମବଙ୍ଗରେ ଆରମ୍ଭ ହେବ ବିଜେପି ସରକାର। ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗର ପ୍ରଥମ ବିଜେପି CM। ଦିନ ୧୧ଟାରେ ହେବ ଶପଥ ଗ୍ରହଣ ସମାରୋହ। ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେବେ।କୋଲକାତାର ବ୍ରିଗେଡ ପରେଡ୍ ଗ୍ରାଉଣ୍ଡରେ ହେବ ଶପଥ ସମାରୋହ।
ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀ ସର୍ବସମ୍ମତିରେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ । ଘୋଷଣା କରିଥିଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ସହ ପର୍ଯ୍ୟବେକ୍ଷକ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପଦ ପାଇଁ ଫ୍ରଣ୍ଟ ରନର ଥିଲେ । କାରଣ ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପଛର ନାୟକ ଥିଲେ ଶୁଭେନ୍ଦୁ । କେବଳ ସେତିକି ନୁହଁ, ମମତା ବାନାର୍ଜୀଙ୍କୁ ଦୁଇଥର ପରାଜିତ କରିବାର ଐତିହାସିକ କୃତିତ୍ୱ ହାସଲ କରିଥିଲେ ।