ରଥଯାତ୍ରା କମିଟିକୁ ୫ ଲକ୍ଷ ଦେବେ ଶୁଭେନ୍ଦୁ ସରକାର

0

ଓଡ଼ିଆ ନ୍ୟୁଜ୍: ରଥଯାତ୍ରା କମିଟିକୁ ୫ ଲକ୍ଷ ଦେବେ ଶୁଭେନ୍ଦୁ ସରକାର। ପଶ୍ଚିମବଙ୍ଗରେ ବିଜେପି ସରକାର ୬୦ଟି ରଥଯାତ୍ରା କମିଟିକୁ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିବେ। ଏଥି ମଧ୍ୟରୁ ଅନେକ ରଥ ବହୁ ପୁରୁଣା। କାଠରେ ତିଆରି ପୁରୁଣା ରଥଗୁଡ଼ିକର ନବୀକରଣ ଆବଶ୍ୟକତା ଅଛି। ଏଣୁ ୬୦ଟି ରଥଯାତ୍ରା କମିଟି ପାଇଁ ସରକାର ୫ ଲକ୍ଷ ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। କମିଟି ଏହି ଟଙ୍କାରେ ରଥର ମରାମତି ଓ ନବୀକରଣ କାର୍ଯ୍ୟ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

ତେବେ ପ୍ରଥମ ଥର ପାଇଁ ସରକାର ରଥଯାତ୍ରା କମିଟିକୁ ଏଭଳି ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ଉତ୍ସାହର ସହ ରଥଯାତ୍ରା ପାଳନ ହେଉଛି। ଏହି ସମୟରେ ମେଳା ମଧ୍ୟ ପରିଚାଳନା କରାଯାଉଛି। ‌ଶୁଭେନ୍ଦୁ କହିଛନ୍ତି, ପୂର୍ବ ମେଦିନୀପୁରରେ ମହିଷାଦଲ ଓ ହୁଗୁଳିର ମହେଶରେ ଆୟୋଜିତ କିଛି ରଥଯାତ୍ରା ବହୁ ପୁରୁଣା। ପୂର୍ବ ସରକାର ରଥଯାତ୍ରା ପାଇଁ କେବଳ କିଛି ଟ୍ରାଫିକ୍‌ ପୁଲିସ ପଠାଉଥିଲେ।

Leave A Reply

Your email address will not be published.