ଜାତୀୟ ଫେଡେରେସନ କପରେ ନୀରଜଙ୍କୁ ସଫଳତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ 27ତମ ଜାତୀୟ ଫେଡେରେସନ କପ ସିନିୟର ଆଥେଲେଟିକ୍ସରେ ସ୍ବର୍ଣ୍ଣ ଜିତିଲେ ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ।  ନିରୋଜ ସର୍ବାଧିକ ୮୨.୨୭ ମିଟର ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ଜିତିଲେ। କିଶୋର ଖାଲି ହାତରେ ଫେରିଲେ।

୨୦୧୭ରେ କଳିଙ୍ଗ ଷ୍ଟାଡିଅମ ହୋଇଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟାନସିପରେ ସ୍ୱର୍ଣ୍ଣ ସ୍ଟାର ଜିତିଥିଲେ। ଦ୍ୱିତୀୟ ସ୍ଥାନରେ DP ମନୁ ସନ୍ତୁଷ୍ଟ ରହିଛନ୍ତି। 82.27 ମିଟର ଜାଭେଲିନ ଥ୍ରୋ କରି ସେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ 82.06 ମିଟର ଜାଭେଲିନ ଥ୍ରୋ କରି ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ହାସଲ କରିଥିଲେ ଡିପି ମନୁ ଓ 78.39 ମିଟର ଜାଭେଲିନ ଥ୍ରୋ କରି ତୃତୀୟ ସ୍ଥାନରେ ରହିଥିଲେ ଉତ୍ତମ ବାଲାସାହେବ । ଜାତୀୟ ଫେଡେରେସନ କପରେ କିଶୋର ଜେନା ସମସ୍ତଙ୍କୁ ପୁଣି ନିରାଶ କରିଛନ୍ତି । ସେ ନିଜ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ ।

ପ୍ରତିଯୋଗିତା ଆରମ୍ଭରୁ ସଂଘର୍ଷ କରିଥିଲେ ନୀରଜ । ତିନି ରାଉଣ୍ଡ ପର୍ଯ୍ୟନ୍ତ ସେ ଦ୍ବିତୀୟ ସ୍ଥାନରେ ରହିଥିଲେ । ଚତୁର୍ଥ ପ୍ରୟାସରେ ସେ 82.27 ମିଟର ଥ୍ରୋ କରି ଶ୍ରେଷ୍ଠ ପ୍ରଦର୍ଶନ ସହ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ଜିତିଥିଲେ । ସେ ଫାଇନାଲରେ 2 ରାଉଣ୍ଡ ଥ୍ରୋ କରିନଥିଲେ । ମାର୍ଚ୍ଚ 17, 2021 ରେ ଏକ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରି 87.80 ମିଟର ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲେ ନୀରଜ ।

Leave A Reply

Your email address will not be published.