ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ରୋଡ ସୋ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ମାଉସୀ ମା ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ ସୋ ହେଉଛି । ନଡ୍ଡାଙ୍କ ସହ ବିଜେପି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଅଛନ୍ତି  ।  ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ଗତ ରାତିରେ ରାଜଧାନୀର ଏକ ହୋଟେଲରେ ସୁଭଦ୍ରା ଯୋଜନା ସମ୍ପର୍କରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଥିଲେ।

ମୋଦି ସରକାରରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିବା ଏହି ଅବସରରେ କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ବିଜେଡି ସରକାର ଭୋଟ୍ ପାଇଁ ଲାଞ୍ଚ ଦିଏ କହିଲେ ନଡ୍ଡା । ‘ଦିନକୁ ୫୪ ପଇସାରେ ୫ ବର୍ଷର ଅଧିକାର ଛଡ଼ାଇ ନେବାକୁ ଚାହୁଁଛି ବିଜେଡି । ବିଜେପି ଓ କଂଗ୍ରେସର କେନ୍ଦ୍ରୀୟ ନେତାଙ୍କ ଫୋକସରେ ରହିଛି ଓଡ଼ିଶା ।ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମୋଦି ସରକାର ୫୦ ହଜାର ଟଙ୍କାର ଭାଉଚର ଦେବେ । ଓଡ଼ିଶାରେ ଅଫିସରମାନଙ୍କ ସରକାର ଚାଲିଛି କହିଲେ ନଡ୍ଡା । ସମୟ ଆସିଛି, ଏବେ ଏଠାକାର ସରକାରକୁ ଟାଟା ବାଏ ବାଏ କୁହନ୍ତୁ । ଓଡ଼ିଶାରେ ଜନତାଙ୍କ ସରକାର ଦରକାର କହିଲେ ନଡ୍ଡା ।

ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର । ତାହା କେବଳ ବିଜେପି ହିଁ ଦେଇପାରିବ କହିଲେ ନଡ୍ଡା । ଏଥିପାଇଁ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ ଦଳର ଶୀର୍ଷ ନେତା । ବିଜେପି ଭଳି କଂଗ୍ରେସ ମଧ୍ୟ ଓଡ଼ିଶା ଉପରେ କିଛିମାତ୍ରାରେ ନଜର ପକାଇଥିବା ଦେଖିବାକୁ ମିଳୁଛି । ଜଣଙ୍କ ପରେ ଜଣେ ହାଇ ପ୍ରୋଫାଇଲ ନେତା ଓଡ଼ିଶାରେ ପ୍ରଚାର ମଙ୍ଗ ଧରି କଂଗ୍ରେସ ପାଇଁ ଭୋଟ ମାଗୁଛନ୍ତି । ଏହି କ୍ରମରେ କାଲି ରାହୁଲ ଗାନ୍ଧୀ ଆସି ଫେରିଥିବାବେଳେ ଆଜି ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ।

Leave A Reply

Your email address will not be published.