ସୁପ୍ରିମକୋର୍ଟରୁ ଯୋଗଗୁରୁଙ୍କୁ ଡାକରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁପ୍ରିମକୋର୍ଟରୁ ଯୋଗଗୁରୁଙ୍କୁ ଡାକରା ।  ଯୋଗଗୁରୁ ବାବା ରାମଦେବ ଏବଂ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ । ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆୟୁ‌ର୍ବେଦିକ କମ୍ପାନି ପତଞ୍ଜଳି ଆୟୁର୍ବେଦ ଲୋକଙ୍କୁ ଭ୍ରମିତ କଲା ଭଳି ବିଜ୍ଞାପନ ଦେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ସୁପ୍ରିମ‌କୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ନୋଟିସ ଜାରି କରି ଅଦାଲତରେ ହାଜର ହେବାକୁ ନି‌ର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଶୁଣାଣି ସମୟ‌ରେ ରାମଦେବଙ୍କ ଓକିଲ ମୁକୁଲ ରୋହତଗିଙ୍କୁ ପଚାରିଥିଲେ, ‘ କୋର୍ଟ ପଚାରିଥିବା ପ୍ରଶ୍ନର ଉତ୍ତର  ଆପଣ ଏଯାବତ କାହିଁକି ଦେଇ ନାହାନ୍ତି। ଯେଉଁ କାରଣରୁ ରାମଦେବ ଓ ଆଚ‌ାର୍ଯ୍ୟ ବାଲକୃଷ୍ଣଙ୍କୁ ଦୁଇସପ୍ତାହ ପରେ ‌କୋର୍ଟରେ ହାଜର ହେବ‌ାକୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇସପ୍ତାହ ପରେ ପୁଣି ଏହି ମାମଲାର ଶୁଣାଣି ‌ହେବ।

ଏହାସହିତ କୋର୍ଟ ବାବା ରାମଦେବଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି । ଅବମାନନା ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି । କୋର୍ଟରେ ଶୁଣାଣି ସମୟରେ ରାମଦେବଙ୍କ ଓକିଲ ମୁକୁଲ ରୋହତଗୀଙ୍କୁ ପଚରା ଯାଇଥିଲା, “ବର୍ତ୍ତମାନ ସୁଦ୍ଧା କାହିଁକି ଉତ୍ତର ଦାଖଲ କରାଗଲା ନାହିଁ । ବର୍ତ୍ତମାନ ଉଭୟଙ୍କୁ କୋର୍ଟରୁ ଡାକରା ଯିବ । ବାବା ରାମଦେବ ଏବଂ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ କୋର୍ଟରେ ହାଜର ହେବାକୁ ହେବ । ”

ସୂଚନ ଅନୁସାରେ, ସୁପ୍ରିମକ‌ୋର୍ଟ ପତଞ୍ଜଳି ଆୟୁର୍ବେଦ ମିଥ୍ୟା ପ୍ରତିଶ୍ରୃତିର ବିଜ୍ଞାପନ ଦେଇ ଲୋକଙ୍କୁ ଭ୍ରମିତ କରୁଥିବା ଅଭିଯୋଗକୁ ନେଇ ‌ଯୋଗଗୁରୁ ବାବା ରାମଦେବଙ୍କୁ ଜବ‌ାବ ମାଗିଥିଲେ। ଏମିତି କି ଫେବ୍ରୁଆରି ୨୭ ତାରିଖରେ କୋର୍ଟ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣ ଓ ବାବା ରାମଦେବଙ୍କୁ ତିନି ସପ୍ତାହ ମଧ୍ୟରେ ଜବାବ ମାଗିଥିଲେ। କିନ୍ତୁ ଏଦୁହେଁ ଏହାକୁ ଅଣଦେଖା କରିବା ସହିତ କୌଣସି ପ୍ରକାର ଜବାବ ଦେଇ ନଥିଲେ। ଯାହାକୁ ନେଇ ସୁପ୍ରିମକୋର୍ଟ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଓ ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିଛନ୍ତି।

Leave A Reply

Your email address will not be published.