ଅଭିନବ ଉପାୟରେ ପ୍ରଚାର ଆରମ୍ଭ କଲେ ସ୍ବାଧିନ ବିଧାୟକ ପ୍ରାଥିନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଭିନବ ଉପାୟରେ ପ୍ରଚାର ଆରମ୍ଭ କଲେ ସ୍ବାଧିନ ବିଧାୟକ ପ୍ରାଥିନୀ | ବସ୍ତା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥନୀ ଭାବରେ ନିର୍ବାଚନ ମୈଦାନ କୁ ଓହ୍ଲେଇଛନ୍ତି ବରିଷ୍ଠ ଆଇନଜୀବି ଜ୍ୟୋସ୍ନାରାଣୀ ମହାନ୍ତି। ଆଜି ବାଲିଆପାଳ ବ୍ଲକ ରେ ଦୋଭକ ଠାରେ ଥିବା ସ୍ୱର୍ଗତ ଗଦାଧର ଗିରି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଅଭିନବ ଉପାୟରେ ପ୍ରଚାର ଆରମ୍ଭ କରିଛନ୍ତି।

ବିଧାୟକ ପ୍ରାର୍ଥୀନୀ ନିଜ ପଣତ କାନି ମେଳାଇ ଲୋକ ମାନଙ୍କୁ ଭୋଟ ଭିକ୍ଷା କରିବା ସହିତ ଭୋଟ ଦିଅ,ନୋଟ ଦିଅ ନାରା ଦେଇଛନ୍ତି। ଦେଶରେ ରାଜନୈତିକ ନିର୍ବାଚନ ରେ ପୁଞ୍ଜିପତି ମାନଙ୍କର ରାଜ ଚାଲୁଥିବାରୁ ସାଧାରଣ ବର୍ଗର ଲୋକ ନିର୍ବାଚନ ଲଢ଼ିବାକୁ ସୁଯୋଗ ପାଇପାରୁ ନାହାନ୍ତି ବୋଲି ସେ ଅସୋନ୍ତଷ ପ୍ରକାଶ କରିଛନ୍ତି।

ନିର୍ବାଚନ ରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ତାହା ଆମ ଖଟିଖିଆ ଙ୍କ ପରିଶ୍ରମ ମୂଲ୍ୟ। ଏବେ ବି ସମୟ ଅଛି ଜନସାଧାରଣ ମାନେ ସଜାଗ ହୁଅନ୍ତୁ ମୋପରି ସାଧାରଣ ପ୍ରାର୍ଥୀନୀ କୁ କାଚ ଗ୍ଲାସ୍ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଛନ୍ତିି।

Leave A Reply

Your email address will not be published.