ଗୋଡ଼ିଖାଳ ଛକ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୋଡ଼ିଖାଳ ଛକ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର | ହତ୍ୟା କରାଯାଇ ଫିଙ୍ଗାଯାଇଥିବା ସନ୍ଦେହ | ବସ୍ତା ଥାନା ଅଧୀନସ୍ଥ ଅମର୍ଦ୍ଦାରୋଡ଼ ଫାଣ୍ଡି ଅନ୍ତର୍ଗତ ଗୋଡ଼ିଖାଳ ଛକର ଜାତୀୟ ରାଜପଥ ପାର୍ଶ୍ବ ଦୁଇ ଡ଼ିଭାଇଡ଼ର ମଝି ଘାସବୁଦାରୁ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର ହୋଇଛି।

ଘଟଣାରୁ ପ୍ରକାଶ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଗୋଡ଼ିଖାଳ ଛକର ଜାତୀୟ ରାଜପଥ ପାର୍ଶ୍ବ ଦୁଇ ଡ଼ିଭାଇଡ଼ର ମଝି ଘାସବୁଦା ମଧ୍ୟରେ ଜଣେ ଅଜଣା ବ୍ୟକ୍ତିଙ୍କର ମୃତ ଦେହ ପଡ଼ିରହିଥିଲା। ସ୍ଥାନୀୟ ଲୋକେ ଏହା ଦେଖିପାରି ଅମର୍ଦ୍ଦାରୋଡ଼ ଫାଣ୍ଡି ପୁଲିସକୁ ଖବର ଦେଇଥିଲେ। ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ସେହି ସ୍ଥାନରେ ପଡ଼ିଥିବା ଏକ ବ୍ୟାଗ ଓ ଆଧାରକାର୍ଡ଼କୁ ଜବତ କରିଛି।

ଉକ୍ତ ଆଧାରକାର୍ଡ଼ରୁ ବ୍ୟକ୍ତି ଜଣକ ଆସାମ ପାଣିଖଇତି ତାମୁଲବାରି ଅଞ୍ଚଳର ରାମୁ ଚେତ୍ରି ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତ ପୁଲିସ ଏକ ମାମଲା ରୁଜୁ କରି ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।ତେବେ ରାମୁଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

Leave A Reply

Your email address will not be published.