‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱର ଆଞ୍ଚଳିକ ଲଳିତକଳା କେନ୍ଦ୍ର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ। ଅନୁଷ୍ଠାନର ଉପାଧ୍ୟକ୍ଷା ପାରମିତା ପଣ୍ଡା, ଆଞ୍ଚଳିକ ସଚିବ ତଥା ବରିଷ୍ଠ ଶିଳ୍ପୀ ରାମକୃଷ୍ଣ ଭେଦାଲ ଓ ସମ୍ମାନିତ ଅତିଥି ଦୁର୍ଗା ପ୍ରସାଦ ମହାପାତ୍ର ପାରମ୍ପରିକ ଭାବେ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।

ଏଥିରେ ଓଡ଼ିଶାର ଖ୍ୟାତନାମା ଶିଳ୍ପୀମାନଙ୍କର ୫୦ରୁ ଅଧିକ କଳାକୃତି ପ୍ରଦର୍ଶୀତ ହୋଇଛି। ଯାହା ଚିତ୍ର ଓ ଭାସ୍କର୍ଯ୍ୟ କଳାର ଏକ ସମୃଦ୍ଧ ସମାହାରର ପରିବେଶ ସୃଷ୍ଟି କରିଛି।ଉଦ୍ଘାଟନ ଉତ୍ସବରେ ବରିଷ୍ଠ ଶିଳ୍ପୀ ଡ. ମୀନକେତନ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ‘ଆଓ’ର ସଭାପତି ତଥା ଶିଳ୍ପୀ ଚିନ୍ତାମଣି ବିଶ୍ୱାଳ, ବିବେକାନନ୍ଦ ଦାସ, ସୁଶ୍ରୀ ଅଳକା ମିଶ୍ର ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ସର୍ବଶ୍ରୀ ଅମରେନ୍ଦ୍ର ମହାରଣା, ଚନ୍ଦନ କୁମାର ସାମଲ, ଦୀପକ ବିଶ୍ୱାଳ, କେଶବ ଚନ୍ଦ୍ର ନାଥ, ପ୍ରିତମ ପ୍ରିୟଲୋଚନ, ରଞ୍ଜନ କୁମାର ମଲ୍ଲିକ, ସଂଗୀତା ପଟ୍ଟନାୟକ, ସଂଜୟ ପଟ୍ଟନାୟକ ଓ ଶୁଭଙ୍କର ତରଫଦାର ପ୍ରମୁଖ ଶିଳ୍ପୀମାନଙ୍କର କଳାକୃତି ପ୍ରଦର୍ଶୀତ ହୋଇଛି।

Leave A Reply

Your email address will not be published.