ଆଜି ତେଲେଙ୍ଗାନା ବିଧାନସଭା ନିର୍ବାଚନ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ହାଇଭୋଲଟେଜ ପ୍ରଚାର ପରେ ଆଜି ତେଲେଙ୍ଗାନାରେ ଭୋଟ୍ । ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ୧୧୯ ବିଧାନସଭା ଆସନରେ ମତାଦନ ହେଉଛି । ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ବିଧାନସଭା ନିର୍ବାଚନରେ ମୋଟ ୨,୨୯୦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ।

କେସିଆରଙ୍କ ବିଆରଏସ ସମସ୍ତ ୧୯୯ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୧୧୧ ଆସନରେ ଲଢୁଛି । ଏହାର ସହଯୋଗୀ ଦଳ ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ୮ଟି ଆସନ ଏବଂ କଂଗ୍ରେସ ୧୧୮ଟି ଆସନରେ ପ୍ରତିଦ୍ବନ୍ଦିତା କରୁଛି । ତେବେ ତେଲେଙ୍ଗାନାରେ ମୁଖ୍ୟତଃ ଶାସକ ବିଆରଏସ, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେଉଛି । ରାଜ୍ୟର ୩.୧୭ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ରାଜ୍ୟରେ ମୋଟ ୨୨୯୦ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଅଛନ୍ତି । ଏଥିରେ ୨୨୧ ମହିଳା ଓ ଜଣେ ଟ୍ରାନ୍ସଜେଣ୍ଡର ଅଛନ୍ତି । ଚଳିତ ଥର ୧୦୩ ଜଣ ବିଧାୟକ ପୁଣି ଥରେ ନିର୍ବାଚନୀ ମୈଦାନରେ ନିଜ ଭଗ୍ୟ ପରୀକ୍ଷା କରୁଛନ୍ତି ।

ଏଥିରୁ ଅଧିକାଂଶ ଶାସକ ବିଆରଏସ ଟିକେଟରୁ ନିର୍ବାଚନ ଲଢୁଛନ୍ତି । ୨୦୧୮ ବିଧାନସଭା ନିର୍ବାଚନରେ ବିଆଇଏସ (ସେତେବେଳ ତେଲଙ୍ଗାନା ରାଷ୍ଟ୍ର ସମିତି) ୧୧୯ ଆସନରୁ ୮୮ରେ ବିଜୟୀ ହୋଇଥିଲା । ବିଆରକୁ ୪୭.୪ ପ୍ରତିଶତ ଭୋଟ ମିଳିଥିଲା । କଂଗ୍ରେସ ୧୯ ଆସନ ସହ ବିରୋଧୀ ଦଳ ଆସନରେ ବସିଥିଲା ।

Leave A Reply

Your email address will not be published.