ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଉପରମୁହାଁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ବି କଲବଲ କରିବ ତାତି। କାରଣ ଆଜି ସାଢ଼େ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଉପରମୁହାଁ ହେଲାଣି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ପ୍ରାୟ ୭ଟି ସହରରେ ପାରଦ ୩୩ ଡିଗ୍ରୀ ଉପରେ ରହିଛି । ଏପ୍ରିଲ ଠାରୁ ଅଧିକ କଲବଲ କରିବ ମେ’।

ଘରୁ ବାହାରିବା ହୋଇଯିବ ମୁସକିଲ୍। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ତ୍ରାହି ତ୍ରାହି ଟାକିବେ ଲୋକେ। ଏପରି ଆଗୁଆ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗର କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଟ୍ୱିଟ୍ କରି କହିଛନ୍ତି ଯେ, ମେ’ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। ସବୁବର୍ଷ ଅପେକ୍ଷା ଚଳିତ ମେ’ ମାସରେ ତାତି ଅଧିକ ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।  ମେ’ ମାସରେ କେମିତି ରହିବ ଗ୍ରୀଷ୍ମର ପ୍ରକୋପ ଚଳିତ ମାସ ଶେଷ ସୁଦ୍ଧା ବିବରଣୀ ଜାରି କରାଯିବ।

ସେହିପରି ବଲାଙ୍ଗୀରରେ ୩୪.୨, ରାଉରକେଲା ୩୩.୪, କଟକ ୩୩ ଡିଗ୍ରୀ , ବାରିପଦା, କେନ୍ଦୁଝର, ଝାରସୁଗୁଡା ଓ ବାଲେଶ୍ଵର​‌ରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସକାଳ ସାଢେ ୮ ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ୩୨.୨ ହିଗ୍ରୀ ରହିଛି। ଶୁକ୍ରବାର ୧୦ ସହରରେ ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଆଜି ବି ସମାନ ପରିସ୍ଥିତି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପରବର୍ତ୍ତୀ ୩ଦିନ ମଧ୍ୟରେ ପଶ୍ଚିମାଝଡ ପ୍ରଭାବରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହାଦ୍ଵାରା ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ସୂଚନା ରହିଛି।

Leave A Reply

Your email address will not be published.