ସରକାରୀ ସ୍କୁଲରେ ଆତଙ୍କବାଦୀ ଆକ୍ରମଣ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ଉଗାଣ୍ଡାର ଏକ ସ୍କୁଲରେ ଆଇଏସଆଇ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟ ସୀମାର ପଶ୍ଚିମ ପ୍ରାନ୍ତରେ ଲାଗିକରିଥିବା ଏକ ସ୍କୁଲ ଉପରେ ଅତର୍କିତ ଗୁଳିମାଡ଼ କରିଛନ୍ତି । ଏହି ହମଲାରେ ୨୫ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଉଗାଣ୍ଡା ପୋଲିସ ସୂଚନା ଦେଇଛି । ପୋଲିସର ସୂଚନା ମୁତାବକ, କଙ୍ଗୋ ସ୍ଥିତ ଉଗାଣ୍ଡାର ଏକ ସମୂହ ଏଲାଈଡ୍ ଡେମୋକ୍ରାଟିକ୍ ଫୋର୍ସେସ୍ ଜୁନ୍ ୧୬ ତାରିଖ ବିଳମ୍ବିତ ରାତ୍ରିରେ ଲୁବିରିରା ସେକେଣ୍ଡାରୀ ସ୍କୁଲରେ ହମଲା କରିଥିଲେ । ଏହାଛଡ଼ା ଛାତ୍ରାବାସରେ ନିଆଁ ଲଗାଇ ଦେଇଥିଲେ ।

ଉଗାଣ୍ଡା ପୋଲିସ ଏବାବଦରେ ଟ୍ବିଟରରେ ସୂଚନା ଦେଇଛି । ପୋଲିସ ସ୍କୁଲ ଭିତରୁ ୨୫ଜଣ ଲୋକଙ୍କ ମୃତଦେହ ଜବତ କରି ବବେରା ହସ୍ପିଟାଲରୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଆତଙ୍କବାଦୀ ଆକ୍ରମଣ ଘଟଣାରେ ୮ଜଣ ପୀଡିତଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେବେ ଏହି ଘଟଣାରେ କେତେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି, ଏଯାଏଁ ପୋଲିସ ସ୍ପଷ୍ଟ କରିନାହିଁ । ପୋଲିସ କହିବା ଅନୁଯାୟୀ, ସେନା କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟର ବିରୁଙ୍ଗା ନ୍ୟାସନାଲ ପାର୍କ ଆଡ଼କୁ ଯାଉଥିବା ଆତଙ୍କବାଦୀଙ୍କୁ ପିଛା କରୁଥିଲା ।

ସୂଚନା ଅନୁଯାୟୀ, ଅପ୍ରେଲରେ ଏଡିଏମ କଙ୍ଗୋର ପୂର୍ବ ଲୋକତାନ୍ତ୍ରିକ ଗଣରାଜ୍ୟର ଏକ ଗାଁ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଯେଉଁଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.