ଓଡ଼ିଆ ନ୍ୟୁଜ, ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣୀସିଂହ ପୁର ବ୍ଲକ ଶିକରପାଇ ପଂଚାୟତ ଉପରତାଜା ରେ ଅଗଷ୍ଟ ମାସ ରେ କୋଲଭେଟ ଭୁଶୁଡି ପାଞ୍ଚ ଜଣଙ୍କ ମୃତ୍ୟୁ ହେଇଥିଲା । ହେଲେ ଅନେକ ବଡ ବଡ ନେତା ମନ୍ତ୍ରୀ ଆସି ଲମ୍ବା ଲମ୍ବା କଥା କହି ସେ ମୃତ୍ୟୁ ପରିବାର ଙ୍କୁ ସୋନ୍ତ୍ୱନା ଦେଲେ ।
ଆଦିବାସୀ ବୋଲି ସେମାନଂକୁ ପ୍ରଶାସନ ଅଳ୍ପ ପଇସା ଦେଇ ଠକି ଦେଲେ । ମୁଖ୍ୟମନ୍ତ୍ରୀ ଙ୍କୁ ଫାଣ୍ଠି ରୁ ଚାରି ଲକ୍ଷ ଟଙ୍କା ଏବଂ କଂଟ୍ରାକଟର ଦୁଇ ଲକ୍ଷ୍ ସତୁରି ହଜାର ଦେଇ ମୃତ୍ୟୁ ପରିବାର ଙ୍କୁ ଶାନ୍ତନା ଦେଲେ । ବର୍ତମାନ ସେମାନଙ୍କ କହିବା କଥା ତାଙ୍କୁ ୫୦ ଲକ୍ଷ୍ୟ କ୍ଷ୍ୟତି ପୂରଣ କୁ ଦିୟାଯାଉ ଓ ମୃତ୍ୟୁ ପରିବାର ଙ୍କୁ ସରକାରୀ ଚାକିରୀ ଦିୟାଯାଉ ବୋଲି ତାଙ୍କର ଦାବି ରହିଛି ।
ସେଠି ସରକାରୀ ଆବାସ ଯୋଜନା ବୋଲି କିଛି ନାଇଁ, ସେଠି ପ୍ରାଥମିକ ବିଦ୍ୟାଳୟ ନାଇଁ ଯିବା ଆସିବା କୁ ରାସ୍ତା ବି ନାଇଁ। ସ୍ୱାଧୀନତା ର 77 ବର୍ଷ ବିତି ଗଲା ପରେ ବି ଲୋକମାନେ ଆଦମ ମଣିଷ ପରି ବସବାସ କରୁଛନ୍ତି । ଉପରତାଜା ମୃତ୍ୟୁ କଥା ମାନବ ଅଧିକାର କମିଶନ ଙ୍କ ନିକଟରେ ଆବେଦନ କରିବା ପାଇଁ ସେଠିକାର ଲୋକଙ୍କ ସାଧାରଣତ ଦାବି ପ୍ରକାଶ ହେଉଛି ।