ମାଟ୍ରିକ ପରୀକ୍ଷାକୁ ନେଇ ବଡ ଖବର, ବଦଳିଲା ପରୀକ୍ଷା ଢାଞ୍ଚା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମାଟ୍ରିକ ପରୀକ୍ଷାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ମାଟ୍ରିକ ପିଲାଙ୍କ ପରୀକ୍ଷା ଢାଞ୍ଚାରେ ପୁଣିଥରେ ପରିବର୍ତ୍ତନ କରାଯାଇଛି । କରୋନା ମହାମାରୀ ପରେ ପୁଣିଥରେ ପୁରୁଣା ଢାଞ୍ଚାକୁ ଫେରୁଛି ମାଟ୍ରିକ ପରୀକ୍ଷା । ପୂର୍ବ ଭଳି ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ପୂର୍ବରୁ କରୋନା ପାଇଁ ପିଲାମାନଙ୍କ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିଲା ।

ଏବେ କରୋନା ମହାମାରୀରୁ ଦେଶ ମୁକ୍ତ ହୋଇ ସାରିଥିବାରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ପିଲାମାନେ ପୁଣିଥରେ ପୂର୍ବ ଢାଞ୍ଚାରେ ପରୀକ୍ଷା ଦେବେ ।ସୂଚନା ଅନୁସାରେ, ପୁଣିଥରେ ମାଟ୍ରିକ ପିଲାଙ୍କ ପରୀକ୍ଷାର ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । ଦଶମ ଶ୍ରେଣୀ ପରୀକ୍ଷା ପୁଣିଥରେ ପୁରୁଣା ଢାଞ୍ଚାରେ ହେବା ନେଇ ନିଷ୍ପତ୍ତି ହୋଇଛି । ତେବେ ଏହି ପରିବର୍ତ୍ତନ ପରେ ଏଣିକି ପିଲାଙ୍କ ମୁଣ୍ଡରୁ ହଟିବ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷାର ଚିନ୍ତା । ଅର୍ଥାତ୍ ଦଶମ ଶ୍ରେଣୀରେ ପିଲାମାନଙ୍କୁ ସମ୍ମେଟିଭ ଆସେସମେଣ୍ଟ-୧ ଏବଂ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ଦେବାକୁ ପଡିବନି । ମାଟ୍ରିକରେ କେବଳ ପୂର୍ବ ଭଳି ଗୋଟିଏ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏ ନେଇ କଟକ ବୋର୍ଡ ପକ୍ଷରୁ ବୋର୍ଡ ସଭାପତି ରାଶିଷ ହାଜରା ସୂଚନା ଦେଇଛନ୍ତି ।

ସୂଚନାଥାଉକି, ପୂର୍ବରୁ କରୋନା ମହାମାରୀ ଯୋଗୁଁ ମାଟ୍ରିକ ପରୀକ୍ଷାରେ ଏକ ବଡ ପରିବର୍ତ୍ତନ କରାଯାଇଥିଲା । କୋଭିଡ ସଂକ୍ରମଣ ପାଇଁ ୨୦୨୦ରେ ଶ୍ରେଣୀଗୃହରେ ପାଠପଢା ଉପରେ ରୋକ ଲଗାଇଥିଲେ ସରକାର । ଯାହା ଫଳରେ ପିଲାମାନେ ପରୀକ୍ଷା ନ ଦେଇ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ୨୦୨୧-୨୨ରେ ପିଲାମାନଙ୍କ ପାଠ୍ୟକ୍ରମରେ ମଧ୍ୟ ହ୍ରାସ କରିଥିଲା ବୋର୍ଡ ।ଏହାସହିତ ମାଟ୍ରିକ ପରୀକ୍ଷା ପାସ୍ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ୪ଟି ଫର୍ମେଟିଭ ଆସେସମେଣ୍ଟ ଏବଂ ୨ଟି ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହାପୂର୍ବରୁ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ନେଇ ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଥିଲେ ।

Leave A Reply

Your email address will not be published.