ସୁଙ୍କି ଘାଟିରେ ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୁଙ୍କି ଘାଟିରେ ଓଲଟିଲା ବସ । ବିଶାଖାପାଟଣାରୁ ଭାବନୀପାଟଣା ଅଭିମୁଖେ ବସଟି ଆସୁଥିଲା । ଭାରସାମ୍ୟ ହରାଇ ଯୋଡିମାଡିଲି ନିକଟରେ ବସଟି ଓଲଟି ପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସୁଙ୍କି ପୋଲିସ ଘଟଣାରେ ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା।

ବସ୍ ଚାଳକଙ୍କ ଆଖି ଲାଗିଯିବା ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏନେଇ ସୂଚନା ଦେଇଛି ପୋଲିସ । ତେବେ କୌଣସ ଯାତ୍ରୀ ଆହତ ହୋଇନଥିବା ସୂଚନା ।

Leave A Reply

Your email address will not be published.